Latest Odisha News

ହେଟ ସ୍ପିଚ ମାମଲାରେ ଆଜମ ଖାଁ ଦୋଷମୁକ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାଁ ୨୦୧୯ ହେଟସ୍ପିଚ ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ସେ ଏଥିନେଇ ଆଶ୍ୱସ୍ତ ପାଇଥିଲେ ମଧ୍ୟ ଆଉ ବିଧାୟକ ପଦ ଫେରିପାଇବେ ନାହିଁ । ରାମପୁର କୋର୍ଟ ଏହି ମାମଲାରେ ତାଙ୍କ ବିରୋଧରେ ୧୫୩ଏ, ୫୦୫ ଓ ୧୯୫୧ ଜନ ପ୍ରତିନିଧି ଆଇନର ଧାରା ୧୨୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡ ଦେଇଥିଲା । ଏହା ପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇ ଯାଇଥିଲା । ଆଜମ ଏହା ବିରୋଧରେ ଏମପି/ଏମଏଲଏ କୋର୍ଟରେ ଆବେଦନ କରିଥିଲେ । ଏବେ ସ୍ୱତନ୍ତ୍ର କୋର୍ଟ ଏହାର ଶୁଣାଣୀ କରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସୂଚନାଯୋଗ୍ୟ, ଆଜମଙ୍କ ବିରୋଧରେ ୮୭ଟି ମାମଲା ରହିଛି । ୨୦୧୭ରେ ବିଜେପି ଉତରପ୍ରଦେଶରେ କ୍ଷମତାକୁ ଆସିବା ପରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେବେଠାରୁ ଆଜମଙ୍କ ଅଡୁଆ ବଢ଼ିବାରେ ଲାଗିଛି । ୨୦୧୯ ଲୋକସଭା ନିର୍ବାଚନ ଅବସରରେ ସେ ଯୋଗୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ରାମପୁର ମିଲକ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।

Leave A Reply

Your email address will not be published.