Latest Odisha News

BREAKING NEWS

ନୂତନ ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ୍ ହେବେନି ୨୦ ବିରୋଧୀ ଦଳ, ଯିବ ବିଜେଡି

ଭୁବନେଶ୍ୱର: ନୂତନ ସଂସଦ ଭବନକୁ କିଏ କରିବ ଉଦଘାଟନ ? ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଯାହାକୁ ତମାମ ବିପକ୍ଷ ଦଳ ବିରୋଧ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରନ୍ତୁ ବୋଲି ଦାବି କରି କାର୍ଯ୍ୟକ୍ରମରେ ସାମିଲ୍ ହେବେନି ବୋଲି କହିଛନ୍ତି ।

ଅନ୍ୟପଟେ ଏନଡିଏ ସହ ନଥିବା ବିଜେଡି  ୨୦୧୯ ପର ଠାରୁ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରି ଆସୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନକୁ ବିରୋଧୀଙ୍କ ବିରୋଧ ଭିତରେ କାର୍ଯ୍ୟକ୍ରମରେ ବିଜେଡି ସାଂସଦ ସାମିଲ୍ ହେବେ ବୋଲି ଦଳ ପକ୍ଷରୁ ପ୍ରେସ୍ ଇସ୍ତାହାର ପ୍ରକାଶ ପାଇଛି ।

ଯେଉଁଥିରେ ଦଳ ପକ୍ଷରୁ କୁହାଯାଇଛି, ଭାରତୀୟ ରାଜ୍ୟମାନଙ୍କର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସଂସଦ ୧.୪ ବିଲିୟନ୍ ଭାରତୀୟଙ୍କ ପ୍ରତିନିଧିତ୍ୱ କରେ । ଦୁଇ ସାମ୍ବିଧାନିକ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ରର ପ୍ରତୀକ । ସବୁବେଳେ ସମ୍ମାନ ଦେବା ଆବଶ୍ୟକ ।

ସାମ୍ବିଧାନିକ ଅନୁଷ୍ଠାନ ସବୁ ପ୍ରସଙ୍ଗ ଠାରୁ ଊର୍ଦ୍ଧ୍ୱରେ ବୋଲି ବିଜେଡି ବିଶ୍ୱାସ କରେ । ଏହି ପ୍ରସଙ୍ଗରେ ପବିତ୍ର ଗୃହରେ ପରେ ଆଲୋଚନା ହୋଇ ପାରିବ । ନୂତନ ସଂସଦ ଭବନର ଉଦଘାଟନ ଭଳି ଐତିହାସିକ ମୁହୂର୍ତ୍ତରେ ବିଜେଡି ସାମିଲ୍ ହେବ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.