Latest Odisha News

BREAKING NEWS

ସୀତାପୁର ଜେଲରୁ ନିର୍ବାଚନ ଲଢିବେ ସମାଜବାଦୀ ନେତା ଆଜମ୍

ଉତ୍ତରପ୍ରଦେଶ: ଜେଲରେ ରହି ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ । ଆମାଜ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି । ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ତାଙ୍କୁ ଟିକେଟ୍ ଦେଇଛି ସମାଜବାଦୀ ପାର୍ଟି । ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ମଧ୍ୟ ସ୍ବାରରୁ ଟିକେଟ ଦିଆଯାଇଛି। ଏହି ଦୁଇଜଣଙ୍କ ବ୍ୟତୀତ ଚାମରାଉରୁ ନାସିର ଖାନ, ବିଲାସପୁରର ଅମରଜିତ ସିଂ ଏବଂ ମିଲକରୁ ବିଜୟ ସିଂଙ୍କୁ ଟିକେଟ ଦିଆଯାଇଛି ।

ମଙ୍ଗଳବାର ଅବଦୁଲ୍ଲା ଆଜମ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ସେ କହିଥିଲେ ଯେ ପାର୍ଟି ଯାହା କହିବ ମୁଁ ତାହା କରିବି। ଅବଦୁଲ୍ଲା ଆଜାମ ୨୦୧୭ରେ ଏସପି ଟିକେଟରେ ସ୍ବାରରୁ ଜିତିଥିଲେ। କିନ୍ତୁ ବିଜେପି ନେତା ଆକାଶ ସାକ୍ସେନା ତାଙ୍କ ଜନ୍ମ ତାରିଖକୁ ନେଇ ପ୍ରଶ୍ନ କରିଥିଲେ। ନକଲି ସାର୍ଟିଫିକେଟ୍ ମାମଲାରେ ହାଇକୋର୍ଟ ତାଙ୍କ ବିଧାନସଭା ସଦସ୍ୟତା ବାତିଲ କରିଥିଲେ।

ତେବେ ଆଜମ ଖାନ ଏବଂ ତାଙ୍କ ପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ବିଜେପି ସମାଜବାଦୀ ଦଳକୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ଶାଲାବମାନି ତ୍ରିପାଠୀ କହିଛନ୍ତି ଯେ ସମାଜବାଦୀ ପାର୍ଟି କେବଳ ସେହି ଲୋକଙ୍କୁ ଟିକେଟ୍ ଦେଉଛନ୍ତି ଯେଉଁମାନେ ଜେଲରେ ଅଛନ୍ତି କିମ୍ବା ଜାମିନରେ ଅଛନ୍ତି। ସେ କହିଛନ୍ତି ଯେ ଯୋଗୀ ସରକାର ଯେଉଁମାନଙ୍କୁ ଜେଲରେ ପୁରାଇଥିଲେ ସପା ସେମାନଙ୍କୁ ଟିକେଟ୍ ପ୍ରଦାନ କରି ପ୍ରମାଣ କରିଦେଇଛି ଯେ ସେମାନେ ଗୁଣ୍ଡା ଏବଂ ଦଙ୍ଗାକାରୀଙ୍କ ସହ ଅଛନ୍ତି।

Comments are closed, but trackbacks and pingbacks are open.