Latest Odisha News

ରାଜଧାନୀରେ ଚାଞ୍ଚଲ୍ୟ, ମା’କୁ ମାରି ପୋଡ଼ିଦେଲା ପୁଅ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ମା’କୁ ମାରି ପୋଡି ଦେଲା ପୁଅ । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ମା’କୁ ହତ୍ୟା କରିଛି ସୈତାନ ପୁଅ । ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ ଘଟିଛି ଏଭଳି ଘଟଣା । ଖବର ପାଇ ବଡ଼ଗଡ଼ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ଅଭିଯୁକ୍ତ ପୁଅପ୍ରଶାନ୍ତ ଜେନାକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ଏକ ଭଙ୍ଗା ରେଡିଓରେ ମା’କୁ ପିଟିପିଟି ହତ୍ୟା କରିଛି ପ୍ରଶାନ୍ତ । ପରେ ମା’କୁ ଘର ଭିତରେ ପୋଡି ଦେଇଥିଲା ପ୍ରଶାନ୍ତ । ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ମୃତଦେହକୁ ଜବତ କରିବା ସହ ପୁଅ ପ୍ରଶାନ୍ତକୁ ଗିରଫ କରିଛି ।

Comments are closed, but trackbacks and pingbacks are open.