ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।
ଅଭିନେତା ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ୮୦ ଦଶକର ସୁପରହିଟ୍ ଗୀତ ‘ବଂକସ୍’ର ଏହା ରିମେକ୍ । ଏହି ଗୀତକୁ ବାପି ଲେହରି, ଦେବ ନେଗି ଓ ଜୋନିତା ଗାନ୍ଧି ଗାଇଛନ୍ତି । ଏହାର ମୁ୍ୟଜିକକୁ ରିକ୍ରିଏଟ୍ କରିଛନ୍ତି ତନିସ୍କ ବାଗଚି ।
ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ବେଶ ଧମାଲ କରିଛି । ସାଜିଦ ନାଦିଆଦୱାଲାଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ହେଉଛି ‘ବାଗି’ ସିରିଜର ତୃତୀୟ ପାର୍ଟ । ଏହାର ଲିଡ୍ ରୋଲରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ରିତେଶ ଦେଶମୁଖ ଅଛନ୍ତି ।
BREAKING NEWS
- Gold & Silver Rate: ୧୦ହଜାର କମ୍ ହେଲା ସୁନା, ରୂପା ଦର ବି ଖସିଲା
- ଆମେରିକା ସହ ସବୁ ସମ୍ପର୍କ ଶେଷ !
- IPL: କ୍ରିକେଟ୍ ପଡ଼ିଆରେ ଟଙ୍କାର ବର୍ଷା !
- ମୁଖ କ୍ୟାନସରରେ ୧୦ ବର୍ଷରେ ୩ ହଜାର ମୃତ
- ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ
- ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶା ହେବ ମାଓ ମୁକ୍ତ: ମୁଖ୍ୟମନ୍ତ୍ରୀ
- ଏପ୍ରିଲ୍ରୁ ମହଙ୍ଗା ହେବ ବିମାନ ଯାତ୍ରା
- ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା; ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
- ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ପଦ୍ମ ଛାଡି ହାତ ଧରିଲେ ଏହି ପ୍ରଭାବଶାଳୀ ନେତା
- ପୁରୀ ବସଷ୍ଟାଣ୍ଡରେ ବଡଧରଣର ଅଗ୍ନିକାଣ୍ଡ
Comments are closed.