Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଟାପ୍ପା

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଆକ୍ଟର କଟାପ୍ପା ଅର୍ଥାତ୍‌ ଅଭିନେତା ସତ୍ୟରାଜ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତିି କରାଯାଇଥିବା ଜଣାପଡ଼ିଛି। କରୋନା ହେବା ପରେ ସେ ଘରେ କ୍ବାରେଣ୍ଟାଇନ୍‌ରେ ଥିଲେ। ତାଙ୍କୁ ଜାନୁଆରୀ ୬ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରି ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତରମାନେ କହିଛନ୍ତି। ଏହା ପରେ ସେମାନଙ୍କୁ ୧ କିମ୍ବା ୨ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡିପାରେ।

Comments are closed.