Latest Odisha News

BREAKING NEWS

୮ଜଣ ଓମିକ୍ରନ ଆକ୍ରାନ୍ତଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ଆଉ ୧୪ଜଣ ଓମିକ୍ରନ ଚିହ୍ନଟ ହୋଇଥିଲେ । ଏହି ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣଙ୍କ ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ରହିଛି । ୬ଜଣ ସ୍ଥାନୀୟ କେସର ବାହାରିଛନ୍ତି । ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି, ବାଲେଶ୍ୱରରୁ ୪ଜଣ, ସମ୍ବଲପୁର, ଖୋର୍ଦ୍ଧା ଓ ଯାଜପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ଜଣ ପୁରୁଷ ଓ ୭ଜଣ ମହିଳା । ସମସ୍ତଙ୍କ ବୟସ ୧୧ରୁ ୫୪ବର୍ଷ ବୟସ ଭିତରେ ରହିଛି । ମାତ୍ରାଧିକ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ରହିଛି । ନେଗେଟିଭ୍ ଆସିଛି । ଆଉ କିଛି ଜଣଙ୍କ କଣ୍ଟାକ୍ଟ ଟ୍ରେସିଂରୁ ପଜିଟିଭ ମଧ୍ୟ ଆସିଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । କିଛି ହୋମ୍ ଆଇସୋଲେସନରେ ରହିଛନ୍ତି ।

ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି,ଆଗକୁ ମଧ୍ୟ ବଢ଼ିବ । ପ୍ଲାଟୋ ଷ୍ଟେଜ ନଆସିବା ପର୍ଯ୍ୟନ୍ତ କହିପାରିବାନି ଯେ କେବେ କମିବ । କଟକଣା ନହେବା ଆଗରୁ କିଭଳି ଟ୍ରାନ୍ସମିସନ ନହେବ ତାହାକୁ ଦେଖିବା ଆବଶ୍ୟକ । ଭିଡ଼କୁ ନଯିବା ସହ ମାସ୍କ ପିନ୍ଧିବା ପାଇଁ ଗୁରୁତ୍ୱ ଦେବାକୁ କହିଛନ୍ତି । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡ଼ୋଜ୍ ବା ପ୍ରୋଟେକଟିଭ ଡ଼ୋଜ୍ । ଆଗ ଧାଡ଼ିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସେହିମାନଙ୍କୁ ଏହି ଡ଼ୋଜ୍ ଦିଆଯିବ । ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.