Latest Odisha News

BREAKING NEWS

‘ନମାଜ ପଢ଼, ଯାହା କରିବାର କର’ ମୁସଲମାନଙ୍କୁ ଏଭଳି ଶିକ୍ଷା ଦିଆ ଯାଉଥିବା କହିଲେ ରାମଦେବ

ଅମ୍ରିତସର: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମିନି । ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି । ରାଜସ୍ଥାନର ବାଡ଼ମୋରର ଏକ ସଭାରେ ବାବା ରାମଦେବ କହିଛନ୍ତି,

ମୁସଲମାନଙ୍କ ଧର୍ମ ହେଉଛି କବଳ ନମାଜ ପଢ଼ିବା । ସେମାନଙ୍କ ଲାଗି କେବଳ ନମାଜ ପାଠ ଜରୁରୀ । ଆଉ ନମାଜ ପାଠ ପରେ କିଛି ବି କଲେ ଗ୍ରହଣ ଯୋଗ୍ୟ । ହିନ୍ଦୁ ଝିଅଙ୍କୁ ଅପହରଣ କରିବା ଅବା ଜିହାଦ ନାଁରେ ଆତଙ୍କବାଦୀ ସାଜି ଯାହା ଇଚ୍ଛା ତାହା କରିବା ।

କେବଳ ମୁସଲମାନ ନୁହେଁ ଖ୍ରୀଷ୍ଟ ଧର୍ମକୁ ନେଇ ବାବା ରାମଦେବ କହିଛନ୍ତି, ଚର୍ଚ୍ଚରେ ଯାଇ ମହମବତୀ ଜାଳନ୍ତୁ, ସବୁ ପାପ ଧୋଇଯିବ । କିନ୍ତୁ ହିନ୍ଦୁ ଧର୍ମରେ ଏମିତି କିଛି ହୁଏ ନାହିଁ । ବାବା ରାମଦେବ ଏତିକିରେ ନ ଅଟକି ଆହୁରି କହିଛନ୍ତି, ସ୍ୱର୍ଗର ଅର୍ଥ ହେଉଛି ଜଂଘ ଉପରେ ପୋଷାକ ପିନ୍ଧ, ନିଶ କାଟିଦିଅ ଏବଂ ଟୋପି ପିନ୍ଧ ।

କିନ୍ତୁ ହିନ୍ଦୁ ଧର୍ମ ଏଭଳି ନୁହେଁ । ସନାତନ ଧର୍ମରେ କୁହା ଯାଇଛି ବ୍ରାହ୍ମ ମୁହୂର୍ତ୍ତରେ ଉଠ । ଈଶ୍ୱରଙ୍କୁ ସ୍ମରଣ କର । ଯୋଗ, ଧ୍ୟାନ ଓ ସେବା କାର୍ଯ୍ୟ କର । ରାମଦେବ କହିଛନ୍ତି, ଭଗବାନ କେବଳ ମଣିଷ ଜାତି ତିଆରି କରିଛନ୍ତି । ଆଉ ବାକି ଜାତି ଆମେ ସବୁ କରିଛେ । ଅନେକ ଜାତିରେ ହିନ୍ଦୁ ଧର୍ମକୁ ବାଣ୍ଟି ଦେଇଛେ ।

Comments are closed.