Latest Odisha News

BREAKING NEWS

୨୪ ଫେବୃୟାରୀରେ ୟୁକ୍ରେନ ଉପରେ ରୁଷ ବଡ ଧରଣର ଆକ୍ରମଣ କରିପାରେ !

କୀଭ: ଫେବୃୟାରୀ ୨୪ରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ବର୍ଷେ ପୂରିବାକୁ ଯାଉଛି । ସହଜରେ ୟୁକ୍ରେନକୁ ହାତେଇବା ଲକ୍ଷ୍ୟରେ ଥିବା ରୁଷିଆକୁ କିନ୍ତୁ ଏ ପର୍ଯ୍ୟନ୍ତ ନିରାଶ ହେବାକୁ ପଡିଛି । ଏହି ଅବସରରେ ୟୁକ୍ରେନର ରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଗୁରୁବାର ଏକ ଚିନ୍ତାଜନକ କଥା ସୋସିଆଲ ମିଡିଆ ଆକାଂଉଟରେ ଲେଖିଛନ୍ତି । ସେ କହିଛନ୍ତି ବର୍ଷେ ପୂରଣ ଦିନ ରୁଷିଆ ଆମ ଉପରେ ବଡ ଧରଣର ଆକ୍ରମଣ କରିବା ଆଶଙ୍କା ସୃଷ୍ଟି ହୋଇଛି । ସୀମାରେ ୫ ଲକ୍ଷ ସେନାଙ୍କୁ ରୁଷ ଏଥିପାଇଁ ପ୍ରସ୍ତୁତ କରି ରଖିଛି । ପଶ୍ଚିମ ୟୁକ୍ରେନ ଏବେ ରୁଷ ଟାର୍ଗେଟରେ ରହିଛି । ଏପରିକି ଏଥର ଜନବସତିକୁ ମଧ୍ୟ ରୁଷ ପକ୍ଷରୁ ଟାର୍ଗେଟ କରିବା ଆରମ୍ଭ କରାଯାଇଛି ।

ରୁଷ ସହିତ ମୁକାବିଲା ପାଇଁ ଆମେରିକାକୁ ୟୁକ୍ରେନ ଏଫ୧୬ ଯୁଦ୍ଧ ବିମାନ ମାଗିଥିଲା । ତେବେ ଜୋ ବାଇଡେନ ସରକାର ଏଥିପାଇଁ ମନା କରିଦେବା ଫଳରେ ୟୁକ୍ରେନକୁ ନିରାଶ ହେବାକୁ ପଡିଛି ।୦

Leave A Reply

Your email address will not be published.