Latest Odisha News

BREAKING NEWS

ବାବା ରାମଦେବ ଲଞ୍ଚ୍ କଲେ ପତଞ୍ଜଳିର କରୋନା ଔଷଧ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଆଜି ସାମ୍ବାଦିକ ସମ୍ମିଳନୀ କରି କରୋନା ଭାଇରସ୍ ପାଇଁ ଔଷଧ ଲଞ୍ଚ କରିଛନ୍ତି । ରାମଦେବଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଉପସ୍ଥିତ ଥିଲେ । ପତଞ୍ଜଳିର କରୋନିଲ୍ ଟାବଲେଟରେ କରୋନାର ଚିକିତ୍ସା ହେବ ବୋଲି ରାମଦେବ କହିଛନ୍ତି । ଆୟୁଷ ମନ୍ତ୍ରଣାଳୟ କରୋନିଲ୍ ଟାବେଲଟକୁ କରୋନାର ଔଷଧ ଭାବେ ସ୍ୱୀକୃତି ଦେଇଥିବା ରାମଦେବ ଦାବି କରିଛନ୍ତି । ଏହାବାଦ୍ ସେ ପତଞ୍ଜଳିର ଏହି ଔଷଧର ଅନୁସନ୍ଧାନ ରିପୋର୍ଟ ଜାରି କରିଛନ୍ତି ।

ବାବା ରାମଦେବ କହିଛନ୍ତି- ଯେତେବେଳେ ଆମେ କରୋନିଲ୍ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନଦାନ ଦେଉଛୁ । ସେତେବେଳେ କିଛି ଲୋକ ତ ପ୍ରଶ୍ନ ଉଠାଇବେ । କିଛି ଲୋକଙ୍କୁ ଲାଗୁଛି ରିସର୍ଚ୍ଚ ବା ଗବେଷଣା କେବଳ ବିଦେଶରେ ହିଁ ହୋଇପାରିବ । ଆୟୁର୍ବେଦ ଗବେଷଣା ଉପରେ ଅଧିକ ସନ୍ଦେହ କରାଯାଉଛି । ପତଞ୍ଜଳିର ଔଷଧ କରୋନିଲ୍ ଉପରେ ଉପରେ ବି ସେହିଭଳି ସନ୍ଦେହ କରାଯାଇଥିଲା । ଏବେ ସନ୍ଦେହର କଳା ବାଦଲ ଏବେ ହଟି ଯାଇଛି । କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି- ପ୍ରମାଣ ଉପରେ ସନ୍ଦେହ କରାଯାଇ ପାରିବ ନାହିଁ । ବାବା ରାମଦେବଙ୍କ ସ୍ୱପ୍ନ ହିଁ ଭାରତ ସରକାରଙ୍କ ସ୍ୱପ୍ନ ।

ଏହା ପୂର୍ବରୁ ୨୩ ଜୁନ୍ ୨୦୨୦ରେ ପତଞ୍ଜଳି ଆୟୁର୍ବେଦ କରୋନିଲ୍ ଟାବଲେଟ ଓ ସ୍ୱାସାରୀ ବଟି ଔଷଧ ଲଞ୍ଚ କରିଥିଲା । ଯେଉଁଥିରେ କୋଭିଡ୍ ୭ ଦିନ ମଧ୍ୟରେ ଠିକ୍ ହୋଇଯିବା ନେଇ ଦାବି କରାଯାଇଥିଲା । ତେବେ, ଔଷଧ ଲଞ୍ଚ ହେଉ ହେଉ ଆୟୁଷ ମନ୍ତ୍ରଣାଳୟ ଏହା ସମ୍ବନ୍ଧରେ ତଥ୍ୟ ନଥିବା କହିବା ସହ ପତଞ୍ଜଳିକୁ ବିଜ୍ଞାପନ ବନ୍ଦ ପାଇଁ କହିଥିଲେ ।

Leave A Reply

Your email address will not be published.