Latest Odisha News

BREAKING NEWS

ଲାଞ୍ଚ ନେଇ ବନ୍ଧା ହେଲେ ତହସିଲ ସୁପରଭାଇଜର

ସୋନପୁର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲ ରେଭିନ୍ୟୁ ସୁପରଭାଇଜର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ଗିରଫ ହୋଇଛନ୍ତି । ତାଙ୍କ ନାଁ ନବେନ୍ଦ୍ର ମହାକୁଡ । ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ ।

ଟଙ୍କା ଲେଣଦେଣରେ ଜଣେ ଅବସରପ୍ରାପ୍ତ ଆରଆଇ ବାବାଜୀ ଚରଣ ସାହୁଙ୍କୁ ମାଧ୍ୟମ କରିଥିଲେ ନବେନ୍ଦ୍ର । ସୋନପୁର ଭିଜିଲାନ୍ସର ଏକ ଟିମ୍ ବାବାଜୀ ଚରଣ ସାହୁଙ୍କଠାରୁ ୧୦ ହଜାର ଟଙ୍କା ଜବତ କରିଥିଲା । ତାଙ୍କୁ ପଚରାଉଚରା ବେଳେ ସେ କହିଥିଲେ ନବେନ୍ଦ୍ରଙ୍କ ନାଁ ।

Leave A Reply

Your email address will not be published.