Latest Odisha News

BREAKING NEWS

ବାବା ରାମଦେବଙ୍କ ପତଞ୍ଜଳି ଆଣୁଛି କରୋନାର ଆୟୁର୍ବେଦିକ ଔଷଧ

କରୋନା ଚିକିତ୍ସା ପାଇଁ ଆଜି ପ୍ରଥମ ଆୟୁର୍ବେଦିକ ଔଷଧର ଶୁଭାରମ୍ଭ କରିବା ପତଞ୍ଜଳି । ଦିନ ୧୨ଟାରେ ପତଞ୍ଜଳି ଯୋଗ ପୀଠରେ ଏହାର ଶୁଭାରମ୍ଭ କରାଯିବ । ଔଷଧର ନାଁ ରହିଛି କରୋନିଲ୍ । ଏହାକୁ ଆଚାର୍ଯ୍ୟ ବାଲକ୍ରିଷ୍ଣ ଶୁଭାରମ୍ଭ କରିବେ। ଫେସବୁକ ପୋଷ୍ଟରେ ଗତକାଲି ଏହି ସୂଚନା ଦେଇଥିଲେ ଆଚାର୍ଯ୍ୟ ବାଲକ୍ରିଷ୍ଣ । ସେ ଦାବି କରିଛନ୍ତି, ୫ରୁ ୧୪ ଦିନ ଭିତରେ କରୋନା ରୋଗୀ ଏହି ଓଷଧ ଖାଇଲେ ଭଲ ହୋଇଯିବେ।

କରୋନିଲ ଉପରେ ହରିଦ୍ବାର ସ୍ଥିତ ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ଜୟପୁର ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ ମିଳିତ ଗବେଷଣା କରିଥିଲେ । ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଓ ଦିବ୍ୟା ଫାର୍ମାସୀ ମିଳିତ ଭାବରେ କରୋନିଲକୁ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.