Latest Odisha News

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ବିଟ କରି ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କୁ କୋଭିଡ-୧୯ ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦାନ କରୁ । ଏହାସହ ଆମ ଜୀବନକୁ ଉତ୍ତମ ସ୍ବାସ୍ଥ୍ୟ ଓ ଆନନ୍ଦରେ ଭରି ଦେଉ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନମନ୍ତ୍ରୀ ବି ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ମହାପ୍ରଭୁ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.