Latest Odisha News

ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ମାଗଣା କୋଭିଡ୍ ଟିକା ଘୋଷଣା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦୈନିକ ୬ ହଜାର ଉପରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ରାଜ୍ୟରେ ବେଡ୍ କି କୋଭିଡ୍ ଔଷଧର ଅଭାବ ମଧ୍ୟ ନାହିଁ । ତେବେ, ମେ’୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ କୋଭାକ୍ସିନ୍ ଓ କୋଭିସିଲ୍ଡ ମଧ୍ୟ ଟିକାଦର ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ସମସ୍ତଙ୍କୁ ମାଗଣା ଟିକା ଦେବା ପାଇଁ ବିରୋଧୀ ଦାବି କରୁଛନ୍ତି ।

ଏଭଳି ସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ କଣ କହିବେ ନବୀନ ? ଏନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକଡାଉନ୍ ଘୋଷଣା କରିବେ ନାହିଁ ତ ? ଏ ଆଶଙ୍କା ମଧ୍ୟ ଅନେକଙ୍କ ମନରେ ଉଠିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ମାଗଣା କୋଭିଡ୍ ଟିକା ଘୋଷଣା କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.