Latest Odisha News

BREAKING NEWS

ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ଘଟଣାର ରାୟ, ହାଇଅଲର୍ଟରେ ଅଯୋଧ୍ୟା

ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ । ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ପରି ଅନେକ ନେତା ଅଭିଯୁକ୍ତ ଅଛନ୍ତି। ଏହି ହାଇପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବାହାର  ଲୋକ ଆସି ଯେମିତି ଅଯୋଧ୍ୟାରେ ମାହୋଲ ନବିଗାଡନ୍ତି ତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି। ପୂରା ଜିଲ୍ଲାରେ ଗାଡିଗୁଡିକର ଯାଞ୍ଚ କରାଯାଉଛି।  କୋଭିଡ୍ ଗାଇଡଲାଇନ୍‌ର କଡାକଡି ପାଳନ ହେବ। କେଉଁଠି ବି ଭିଡକୁ ଏକତ୍ର ହେବାକୁ ଦିଆଯିବ ନାହିଁ। ଏହାର ଉଲ୍ଲଂଘନ କଲେ ମହାମାରୀ ଆକ୍ଟ ଓ ଧାରା-୧୪୪ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି।

ଏବେ ସଭିଙ୍କ ନଜର ବର୍ତ୍ତମାନ କୋର୍ଟ ଉପରେ ରହିଛି ଯେ ସେପ୍ଟେମ୍ବର ୩୦ରେ ଆସିବାକୁ ଥିବା ରାୟରେ କାହାକୁ ସଜା ମିଳିବ ଏବଂ କାହାକୁ ଆଶ୍ଵସ୍ତି ଦେବ।

 

Leave A Reply

Your email address will not be published.