Latest Odisha News

BREAKING NEWS

ବାବ୍ରି ମସଜିଦ ପ୍ରସଙ୍ଗ: ଏହି ଯୁକ୍ତି ରଖି ସଭିଙ୍କୁ ନିର୍ଦୋଷରେ ଖଲାସ କଲେ ନ୍ୟାୟାଳୟ

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଯିବା ମାମଲାରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଏକ ସ୍ୱତନ୍ତ୍ର କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ଠିଆ ହୋଇଥିବା ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ୨୮ବର୍ଷ ପୁରୁଣା ମାମଲାର ରାୟକୁ ସ୍ୱତନ୍ତ୍ର ସିବିଆଇ ଜଜ୍ ଏସ.କେ ଯାଦବ ଘୋଷଣା କରିଛନ୍ତି।

ଶ୍ରୀ ଆଡଭାନୀ, ୯୨, ମୁର୍ଲି ମନୋହର ଯୋଶୀ, ୮୬, ଉମା ଭାରତୀ ଏବଂ କଲ୍ୟାଣ ସିଂ କୋର୍ଟରେ ହାଜର ହୋଇନଥିଲେ କିନ୍ତୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ।

ନିମ୍ନ ଯୁକ୍ତି କୋର୍ଟ ପକ୍ଷରୁ ରଖାଯାଇଥିଲା-

  • ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ଯୋଜନା କରାଯାଇ ନଥିଲା ।
  • ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।
  • ସିବିଆଇ ଦ୍ୱାରା ପ୍ରଦତ୍ତ ଅଡିଓ, ଭିଡିଓର ସତ୍ୟତା ପ୍ରମାଣ କରିପାରିବ ନାହିଁ ।
  • ଅସାମାଜିକ ଲୋକ ମସଜିଦକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ଅଭିଯୁକ୍ତ ନେତାମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
  • ଭାଷଣର ଅଡିଓ ସ୍ପଷ୍ଟ ନୁହେଁ ।
Leave A Reply

Your email address will not be published.