Latest Odisha News

BREAKING NEWS

୨ ବର୍ଷ ପରେ ସମୁଦ୍ରରୂ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ମହିଳା

ବୋଗାଟୋ: ୨ ବର୍ଷ ତଳୁ ନିଖୋଜ ଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ସମୁଦ୍ର ମଧ୍ୟରୁ ଜୀବିତ ଅବସ୍ଥାରେ ଊଦ୍ଧାର ହୋଇଛନ୍ତି । କଲମ୍ବିଆ ସମୂଦ୍ରକୂଳରୁ ୨ କିଲୋମିଟର ମଧ୍ୟରେ ଏହି ମହିଳାଙ୍କୁ ମତ୍ସ୍ୟଜୀବୀ ରୋନାଲ୍ଡ ବିସବଲ ଓ ତାଙ୍କ ବନ୍ଧୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୪୬ ବର୍ଷୀୟ ମହିଳାଙ୍କ ନାମ ଆଞ୍ଜେଲିକା ଗ୍ୟାଟନ । ସ୍ୱାମୀଙ୍କଠାରୁ ନିର୍ଯ୍ୟାତିତା ହେବା ପରେ ସେ ଘର ଛାଡି ପଳାଇ ଆସିଥିଲେ ।

୬ ମାସ ରାସ୍ତାକଡ ଏବଂ ସେଲଟରରେ ରହିଥିଲେ । ବାପଘର ପକ୍ଷରୁ ମଧ୍ୟ କୌଣସି ପ୍ରକାର ସହଯୋଗ କରାଯାଇ ନ ଥିଲା । ଶେଷରେ ହତାଶ ହୋଇ ସେ ସମୁଦ୍ର ମଧ୍ୟକୁ ଡେଇଁ ପଡିଥିଲେ । ଭଗବାନ ବୋଧ ହୁଏ ମୁଁ ମରିବାକୁ ଚାହୁଁ ନ ଥିଲେ ବୋଲି ସେ କହିଛନ୍ତି । ପୋଲିସଠାରୁ ଖବର ପାଇ ତାଙ୍କ ଝିଅ ଆଲେଜେଣ୍ଡ୍ରା ମାଆଙ୍କ ପାଖରେ ପଂହଚିଛନ୍ତି । ସେ ବୋଗୋଟୋ ନେବା ପାଇଁ ଅର୍ଥ ଯୋଗାଡ କରୁଛନ୍ତି ।

Leave A Reply

Your email address will not be published.