Latest Odisha News

ବାହୁବଳୀ ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନା ପଜିଟିଭ

ମୁମ୍ବାଇ: ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍‌ରେ ଅଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହାଲୁକା ଜ୍ଵର ହୋଇଥିଲା। ଏହା ପରେ ସେମାନେ ସ୍ଵାସ୍ଥ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ରିପୋର୍ଟରେ ରାଜମୌଲି କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡିଛି।

ତାଙ୍କର ଏହି ଟ୍ଵିଟ୍‌ରେ ପ୍ରଶଂସକ ରିପ୍ଲାଇ ଦେଇ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି। ରାଜମୌଲି ନିଜର ଟ୍ଵିଟ୍‌ରରେ ଲେଖିଛନ୍ତି ମୋତେ ଏବଂ ମୋର ପରିବାରକୁ କିଛି ଦିନରୁ ଜ୍ଵର ହୋଇଥିଲା। ଆପେ ଆପେ ଦେହ ଭଲ ମଧ୍ୟ ହୋଇ ଯାଇଥିଲା। ତଥାପି ଆମେ ନିଜର ଟେଷ୍ଟ କରାଇଛୁ। ରିପୋର୍ଟରୁ ଜଣା ପଡିଲା ଯେ ମୋ ଶରୀରରେ କୋଭିଡ୍-୧୯ର ହାଲୁକା ଲକ୍ଷଣ ଦେଖିବାକୁ ମିଳିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ କ୍ଵାରେଣ୍ଟାଇନ୍‌ରେ ରହିଛି।

Comments are closed.