Latest Odisha News

ଆସିଲା ‘କେଜିଏଫ-୨’ର ପୋଷ୍ଟର, ଭୟଙ୍କର ଲୁକ୍‌ରେ ସଂଜୟ ଦତ୍ତ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ଆକ୍ସନ ଫିଲ୍ମ ‘କେଜିଏଫ-୨ର ପୋଷ୍ଟର । ଏହି ପୋଷ୍ଟରରେ ସଂଜୟ ଦତ୍ତଙ୍କ ଲୁକ୍‌କୁ ରିଲିଜ କରାଯାଇଛି । ଏଥିରେ ସେ ପୁରା ଦମ୍‌ଦାର୍ ଲୁକ୍‌ରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ପୁରା ଭୟଙ୍କର ରହିଛି । ସଂଜୟ ଦତ୍ତଙ୍କ ଜନ୍ମଦିନ ଅବସରରେ କେଜିଏଫ୍ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ନିଜ ଟ୍ୱିଟ୍‌ରରେ ସେୟାର କରିଛନ୍ତି । ପୋଷ୍ଟାରଟି ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଫିଲ୍ମରେ ସଂଜୟ ଦତ୍ତ ଅଧିରା ଭୂମିକାରେ ନଜର ଆସିବେ । ତାଙ୍କୁ ଏଥିରେ ମୁଖ୍ୟ ଖଳନୟାକ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ହେଉଛି ସାଉଥ ଫିଲ୍ମ ‘କେଜିଏଫ୍ ଚାପ୍ଟର-୧’ର ସେକେଣ୍ଡ ପାର୍ଟ ।

Leave A Reply

Your email address will not be published.