Latest Odisha News

BREAKING NEWS

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ସମ୍ବଲପୁର: କୂଅରେ ଖସିପଡିଲା ହାତୀ ଛୁଆ । ଶେଷରେ ବହୁ ପରିଶ୍ରମ ପରେ ବନବିଭାଗ ହାତୀ ଛୁଆକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ରେଢ଼ାଖୋଲ ଅଂଚଳରେ ଘଟିଛି ଏଭଳି ଘଟଣା ।

ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ ଖାଇବାକୁ ଆସିଥିଲେ । ଏହି ହାତୀ ପଲ ମଧ୍ୟରେ ଏକ ଛୁଆ ହାତୀଟି ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା । କୂଅରେ ପଡ଼ିଯିବାରୁ ହାତୀଟି ଆଉ ବାହାରି ପାରିନଥିଲା। ଶେଷରେ ବନବିଭାଗ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଜେସିବି ମେସିନ ସାହାଯ୍ୟରେ କୂଅରୁ ହାତୀକୁ ଛୁଆକୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.