Latest Odisha News

BREAKING NEWS

ବଡ଼ଚଣା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡି ପଛ ପଟେ ପିଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ।

ସୂଚନା ଅନୁଯାୟୀ ଗତକାଲି ରାତିରେ ବିଧାୟକ ନିଜ ନିର୍ବାଚମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ବନ୍ଦାଳ ଛକ ନିକଟରେ ଗାଡ଼ିଟି କିଛି ସମୟ ପାଇଁ ଅଟକି ଥିଲା ।  ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ବିଧାୟକଙ୍କ ଗାଡି ପଛ ପଟୁ ଧକ୍କା ଦେଇଥିଲା।

ଏଥିରେ ବିଧାୟକଙ୍କ ଗାଡି ପଛ ପାର୍ଶ୍ଵ ଵମ୍ଫର ଓ କାଚ ଭାଙ୍ଗି ଥିବା ବେଳେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି। ଆହତ ହୋଇଥିବା ଯୁବକ ଚଣ୍ଡିଖୋଲ ନିକଟ ସୁଭଦ୍ରାପୁର ଅଂଚଳର ସୌମ୍ୟ ରଞ୍ଜନ ସାମଲ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.