Latest Odisha News

BREAKING NEWS

ପୁରୀ ଟାଉନ ହଲରେ ପ୍ରଦର୍ଶିତ ହେଲା ଚିିଲିକା ତୀରେ

ପୁରୀ: ୧୯୭୭ରେ ମୁକ୍ତିଲାଭ କରିଥିବା ଚିଲିକା ତୀରେ ଫିଲ୍ମ ଆଜି ପୁରୀ ଟାଉନ ହଲରେ ପୁନର୍ବାର ପ୍ରଦର୍ଶିତ ହୋଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଏହି ଚଳଚ୍ଚିତ୍ର ୪୬ ବର୍ଷ ପରେ ପୁରୀର ବାସ୍ନା, କଳା, ସାହିତ୍ୟ, ଅଭିନୟର ଜୀବନ୍ତ ନମୂନା ପ୍ରଦର୍ଶିତ ହେବା ପରେ ଏହି ଖୁସିର ବାତାବରଣ ଖେଳି ଯାଇଥିଲା । ଅଭିନେତା ସୁଧାଂଶୁ ଭୂଷଣ ମହାପାତ୍ର, ଲକ୍ଷ୍ମୀଧର ତ୍ରିପାଠୀ, ଚିତରଂଜନ ମିଶ୍ର, ମଂଜୁ ପ୍ରଧାନ, ତନ୍ଦ୍ରା ରାୟ, ସ୍ୱତ୍ୱାଧିକାରୀ ଲୋକନାଥ ରାଉତରାୟ, ସହଯୋଗୀ ନିର୍ଦ୍ଦେଶକ ହରିହର ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଓ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମର ସହଯୋଗ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ସୂର୍ଯ୍ୟ ଦେଓ ଓ ଶ୍ରୀକାନ୍ତ ମହାନ୍ତିଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇପାରିଛି ।

ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏହା ଏକ ସମ୍ମାନ ଏବଂ ଗର୍ବର ବିଷୟ ବୋଲି କହିଥିଲେ । ତନ୍ଦ୍ରା ରାୟ ଏବଂ ଅନ୍ୟମାନେ ସେ ସମୟର ସ୍ମୃତି ଚାରଣ କରିଥିଲେ । ଦେବାଶିଷ ମହାପାତ୍ର ଜଗତ ପତି ହ ଗୀତ ଗାଇଥିଲେ । ଉତ୍ସବରେ ରବି ସାମନ୍ତରାୟ, ସୂର୍ଯ୍ୟ ମିଶ୍ର, ସୁରେନ୍ଦ୍ର ମିଶ୍ର, ମାନସ ରଞ୍ଜନ ମହାପାତ୍ର, ଦିବାକର ପାତ୍ର, ରତ୍ନବାଳା ବେହେରା, ସୁଶୀଲ ନାୟକ, ଲକ୍ଷ୍ମୀଧର ସାହୁ, ଦେବୀପ୍ରସନ୍ନ ନନ୍ଦ, ବିକ୍ରମ ସାହ ଓ ବଦ୍ରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.