ପୁରୀ: ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ପ୍ରସଙ୍ଗରେ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉନ୍ମୋଚନ କରିଛନ୍ତି । ଏହି ଆପ୍ ଜରିଆରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ । ଏହା ଜନଜାଗରଣ ସୃଷ୍ଟି କରିବ ବୋଲି ବିଜେପି କହିଛି।
ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ ତଥା ଓଡ଼ିଆମାନେ ଏହି ପିଟିସନରେ ଦସ୍ତଖତ ମାଧ୍ୟମରେ ସାମିଲ ହେବାର ଯୋଜନା ରାଜ୍ୟ ବିଜେପି କରିଛି। ସାରା ଓଡ଼ିଶାରେ ଯେଉଁଠି ଜଗନ୍ନାଥ ମନ୍ଦିର ଅଛି ସେଠି ବଗଲା ବିକ୍ରି ବିରୁଦ୍ଧରେ ଆନ୍ଦୋଳନ କରାଯିବ। ଖଣି, ଜଙ୍ଗଲ ଜମି ବିକିବା ପରେ ଏବେ ଧାର୍ମିକ ସ୍ଥଳରେ ଧର୍ମଶାଳା ବିକ୍ରିକୁ ଓଡ଼ିଆମାନେ ସହ୍ୟ କରିବେ ନାହିଁ। ବିକ୍ରି ହୋଇଥିବା ଜମିର କବଲା ରଦ୍ଦ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।
Comments are closed.