Latest Odisha News

BREAKING NEWS

ଚୀନ ଆକ୍ରମଣର ଜବାବ ପାଇଁ ସୀମାରେ ଭାରତ ସେନାକୁ ସଜାଗ କଲା

ନୂଆଦିଲ୍ଲୀ: ଚୀନର ଚାଲାକି ରୋକିବା ପାଇଁ ଭାରତ ସଜାଗ ରହିଛି । ଏବେ ଏଲଏସିରେ ଭାରତ ସେନା ସେମାନଙ୍କ ପୋଜିଶନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛନ୍ତି । ଅକ୍ସାଇ ଚୀନ କ୍ଷେତ୍ରରେ ଡ୍ରାଗନ ତାର ସୈନ୍ୟ ଶକ୍ତି ବୃଦ୍ଧି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ସେନା ଲଦାଖରେ ୧୫୯୭ କିଲୋମିଟର ଲମ୍ବା ଏଲଏସିକୁ ସୁରକ୍ଷିତ ରଖିବା ପାଇଁ ନିଜର ପୋଜିସନ୍ ବଦଳାଇ ଦେଇଛି । ପିଏଲଏ ବାୟୁସେନାର ନିୟନ୍ତ୍ରଣରେ ଥିବା ଅକ୍ସାଇ ଚୀନ୍ କ୍ଷେତ୍ରରେ ନିଜର ଗତିବିଧିକୁ ଆହୁରି ସକ୍ରିୟ କରିଦେଇଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଭାରତୀୟ ସେନା ଏବେ ଲଦାଖର ସମ୍ବେଦନଶୀଳ ଅଞ୍ଚଳରେ ପିଏଲଏର କୌଣସି ଯୋଜନକୁ ବିଫଳ କରିବାକୁ ଏକ ସୁରକ୍ଷିତ ସୀମା ମୋଡରେ ରହିଛି ।

ଭାରତର ସେନା ୧୯୬୨ ଯୁଦ୍ଧ ପରେ ଚୀନର ମୁକାବିଲା କରିବା ପାଇଁ ଉଠାଯାଇଥିବା ସ୍ବତନ୍ତ୍ର ଫ୍ରଣ୍ଟିୟର ଫୋର୍ସ ଭଳି ଅତିରିକ୍ତ ସ୍ବତନ୍ତ୍ର ବଳକୁ ମୁତୟନ କରି ସେକ୍ଟରରେ ପିଏଲଏ ସୈନିକଙ୍କ ସଂଖ୍ୟା ବଢାଇବାର ଜବାବ୍ ଦେଇଛି। ଏସଏଫଏଫ୍ ସୈନିକ ଚୀନ ପିଏଲଏକୁ ହଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୫ ଦିନ ପୂର୍ବେ ପାଂଗୋଂଗ୍ ତ୍ସୋ ହ୍ରଦ ନିକଟରେ ଚୀନ୍ ସୈନିକମାନେ ଅନୁପ୍ରବେଶ କରିବା ସମୟରେ ତାଙ୍କୁ ହଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.