Latest Odisha News

BREAKING NEWS

ଋଷ ଅଧିକାରୀ ବଢାଇଲେ ହାତ, ହେଲେ ରାଜନାଥ କଲେ ‘ନମସ୍ତେ’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏବେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ସବୁଠି ‘ନମସ୍ତେ’ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ଋଷ ଗସ୍ତରେ ଯାଇଥିବା ବେଳେ ପୁଣି ନମସ୍କାରକୁ ନେଇ ଚର୍ଚ୍ଚା ହେଉଛି ।

ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ଏକ ବୈଠକରେ ଯୋଗଦେବା ଲାଗି ଋଷ ଗସ୍ତରେ ଯାଇଛନ୍ତି । ଗତ ବୁଧବାର ଦିନ ସେ ମସ୍କୋରେ ପହଞ୍ଚିଥିବା ବେଳେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଉକ୍ତ ଭିଡିଓରେ ରାଜନାଥ ମାସ୍କ ପିନ୍ଧିଥିବା ନଜର ଆସୁଥିବା ବେଳେ ଋଷ ଆର୍ମିର ବରିଷ୍ଠ ଅଧିକାରୀ ତାଙ୍କୁ ସାଲ୍ୟୁଟ୍ କରିବା ପରେ ହାତ ମିଳାଇବା ପାଇଁ ଆଗକୁ ହାତ ବଢାଇଥିଲେ । ହେଲେ ରାଜନାଥ ହାତ ନମିଳାଇ ପ୍ରତିବଦଳରେ ନମସ୍କାର କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଏହିପରି ଭାବେ ଅନ୍ୟ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ତାଙ୍କର ସେହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.