Latest Odisha News

ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି।

ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ କଂଗ୍ରେସ ସରକାରକୁ ଆସିଥିଲା ଓ ସରକାର ଗଢ଼ିବା ପରେ ସେସବୁକୁ ପୂରଣ କରିନାହିଁ ବୋଲି ମୋଦି କହିଛନ୍ତି।

ସେଥିପାଇଁ ଲୋକେ କଂଗ୍ରେସ ସରକାରକୁ ବଦଳାଇବାକୁ ମନସ୍ଥିର କରିଥିବା ସେ କହିଛନ୍ତି। ଏପରିକି ମୋଦି ସରକାର କେନ୍ଦ୍ରରେ ଆସିବା ପରେ କିଭଳି ଗରିବଙ୍କ ସଂଖ୍ୟା କମିଲା ସେ କଥାର ଉଦାହରଣ ଦେଇଛନ୍ତି ।

ଗତ ଚାରିମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡକୁ ବହୁବାର ଗସ୍ତ କରିସାରିଲେଣି। ମୋଦିଙ୍କ ଏହି ସଭାକୁ ସଫଳ କରିବାକୁ ବିଜେପି ସମସ୍ତ ଉଦ୍ୟମ କରିଛି। ଏପରିକି ମୋଦି ଏହି ସଭାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ବି ଟାର୍ଗେଟ କରିଛନ୍ତି।

ସ୍ଥିତି ଏମିତି ହୋଇଛି କି ମୁଖ୍ୟମନ୍ତ୍ରୀ କେବଳ ଏମଏଲଏ ଭାବେ ମଧ୍ୟ ନିର୍ବାଚିତ ହୋଇପାରିବେନି ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜନୈତିକ ସ୍ଥିତି ସରଗରମ ହୋଇଛି ।

ନିର୍ବାଚନ ଘୋଷଣା ପରେ ମୋଦି ଛତିଶଗଡ଼ର କାଂକେର, ଦୁର୍ଗ ପରେ ମୁଙ୍ଗେଲିରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ପୂର୍ବରୁ ସେ ଜଗଦଲପୁର, ବିଳାଶପୁର, ରାୟଗଡ, ରାୟପୁର ଆଦି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଛତିଶଗଡ ବିଜେପିର ଫୋକସରେ ରହିଛି। କିନ୍ତୁ ଦଳ ଏଠାରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନକୁ ଓଲ୍ହାଇଛି। ଦଳ ମୋଦିଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼ୁଥିବା କୁହାଯାଉଛି।

ସେଥିପାଇଁ ମୋଦି ବାରମ୍ବାର ଛତିଶଗଡ ଗସ୍ତ କରିବା ସହ ବହୁ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ହେଭିୱେଟ ମାନେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବଘେଲଙ୍କ ଲୋକପ୍ରିୟତା ଓ ବିଭିନ୍ନ ଲୋଭନୀୟ ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଦଳ ପୁଣିଥରେ ସରକାର ଗଠନ କରିବାକୁ ଉଦ୍ୟମ କରୁଛି।

Leave A Reply

Your email address will not be published.