Latest Odisha News

BREAKING NEWS

ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ଶ୍ରୀଜୀଉ । ଆଜି ବହାରିଛି ପ୍ରଥମ ଆଡ଼ପ ଅବଢ଼ା । ଗୁରୁବାର ସକାଳ ୫.୫୭ରେ ଦ୍ୱାର ଫିଟା ହୋଇଥିବାବେଳ ୭ଟା ରେ ମଙ୍ଗଳ ଆଳତି ଏବଂ ୮.୦୫ ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏବଂ ସକାଳ ଧୂପରେ ଆଜି ପ୍ରଥମ ଆଡ଼ପ ଅଭଡ଼ା ବାହାରିଥିଲା। ଆଡ଼ପ ଅଭଡ଼ା ପାଇବା ଲାଗି ଭକ୍ତଙ୍କ ଠାରେ ଦେଖାଦେଇଥିଲା ଉତ୍କଣ୍ଠା । ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଜଯୋଗ ର ଆଲୋଚନା ପରେ ସାଧାରଣ ଭକ୍ତଙ୍କ ଲାଗି ପୁରୀ ବସ ଷ୍ଟାଣ୍ଡ ନିକଟରେ ଅବଢା ବିକ୍ରୟ ଲାଗି ବ୍ୟବସ୍ଥା କରାଯାଇଥିଲା । ଟୁକନ ମାଧ୍ୟମରେ ଭକ୍ତ ଅବଢା କ୍ରୟ କରିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର କୋଭିଡ କଟକଣା ଅନୁଯାୟୀ ସେହିଠାରେ ଅଭଡ଼ା ସେବନ କରିବା ପାଇଁ ବରଣ କରାଯାଇଥିଲା । ଭକ୍ତ ମନେ ପ୍ରଥମ ଆଡ଼ପ ଅବଢା ପାଇ ବେଶ୍ ଖୁସି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.