Latest Odisha News

ମାତିଛନ୍ତି ମଣିଷଖିଆ ଗଧିଆ: କୁନି ଝିଅକୁ ଘର ଭିତରୁ ଟାଣିନେଇ ମାରିଲା

ବାହାରଚି: ମାତିଛନ୍ତି ଗଧିଆ । ବାହାରେ ଘରେ କେଉଁଠି ତ୍ରାହି ନାହିଁ । ଏଯାବତ ଗଲାଣି ୯ଜଣଙ୍କର ଜୀବନ । ବନବିଭାଗ ଜାଲରେ ପଡିଲେଣି ୪ ଗଧିଆ । ତଥାପି ଥମିନି ଆତଙ୍କ । ପୁଣି ଏକ ଅଢେଇ ବର୍ଷର ଛୁଆକୁ ଘର ଭିତରୁ ଟାଣି ନେଇ ମାରିଲା ଗଧିଆ ।

ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ । ବାହାରଚି ଜିଲ୍ଲାର ପ୍ରାୟ ୩୫ ଗାଁରେ ମାତିଛନ୍ତି ମଣିଷଖିଆ ଗଧିଆ । ଗାଁରେ ଲୋକ ରାତି ରାତି ଜାଗିକରି ଘରକୁ ସୁରକ୍ଷା ଦେଉଛନ୍ତି । ଏଯାବତ ବନବିଭାଗ ୪ଟି ଗଧିଆଙ୍କୁ ଧରିଲାଣି । ହେଲେ ଏବେ ବି ଜାରି ରହିଛି ଗଧିଆାଙ୍କ ଆତଙ୍‌କ । ରବିବାର ରାତିରେ ଗଧିଆ ଗୋଟେ ଅଢେଇ ବର୍ଷର କୁନି ଝିଅକୁ ଘରୁ ଟାଣିନେଇ ମାରିଦେଇଛି । ଏହା ସହିତ ଗଧିଆ ଆକ୍ରମଣରେ ଆଉ ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ପୂର୍ବରୁ ମଧ୍ୟ ଗଧିଆ ଜଣେ ଶିଶୁ, ଜଣେ ମହିଳା ଏବଂ ବୃଦ୍ଧଙ୍କୁ ଆହତ କରିଛି । ଏହି ୨ ମାସରେ ୮ଜଣ ଛୋଟ ପିଲାଙ୍କ ସମେତ ୯ ଜଣଙ୍କୁ ମାରିଲେଣି ଗଧିଆ ପଲ ।

ସେପଟେ ଏଥିପାଇଁ ପୂରା ତତ୍ପର ବନବିଭାଗ । ଗଧିଆଙ୍କୁ ଧରିବା ପାଇଁ ବହରାଇଚି ବନବିଭାଗର ୫ ପ୍ରଭାଗ, କତର୍ନିୟାଘାଟ ଓ୍ବାଇଲ୍ଡ ଲାଇଫ, ଶ୍ରାବସ୍ତି, ଗୌଡା ଏବଂ ବାରାବଙ୍କିର ପ୍ରାୟ ୨୫ ଟିମ୍ ସର୍ଚ୍ଚ ଅପରେସନ ଜାରି ରଖିଛି । ଜିଲ୍ଲାର ଅନ୍ୟ କ୍ଷେତ୍ରରେ ମଧ୍ୟ ଗଧିଆଙ୍କ ଉପଦ୍ରବ ବଢିବାରେ ଲାଗିଛି । ତେବେ ମୋଟ ୬ଟି ଗଧିଆ ଥିବା ସୂଚନା ମିଳିଥିବା ବେଳେ ପ୍ରଶାସନ ଏବେ ଆଉ ଦୁଇ ଜଣଙ୍କୁ ଖୋଜିବାରେ ଲାଗିଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରାୟ ୧୨ ପାଖାପାଖି ଗଧିଆ ଗାଁ ଭିତରେ ପଶିଛନ୍ତି । ଯାହାକୁ ନେଇ ସନ୍ଦଶନ ଜାରି ରଖିଛି ବନବିଭାଗ ।

Comments are closed.