Latest Odisha News

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ା ଯାତ୍ରା

ଭୁବନେଶ୍ବର : ବାହାରିନ୍ ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ବହୁ ଆଡମ୍ବରରେ ପାଳନ କରିଛନ୍ତି।

ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହୋଳ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶାର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଆରବ ଦେଶର ବିଶିଷ୍ଟ  ଓଡ଼ିଆ ଶିଳ୍ପପତି ଶ୍ରୀଯୁକ୍ତ ଦେବଲୋକନାଥ ମହାନ୍ତି  ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ବାହାରିନ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ , ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, କୋଷାଦକ୍ଷ ପ୍ରିୟଦତ୍ତ ରୟ , ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି ଏବଂ କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ସମସ୍ତ ଭକ୍ତମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ।

ବିଦେଶରେ ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ। ରଥଯାତ୍ରାଠୁ ଆରମ୍ଭ କରି ବାହୁଡା ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାନେ ଅଶେଷ ସହଯୋଗ କରିଥଲେ।

 

 

Comments are closed.