Latest Odisha News

ଆଜିଠୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗର୍ଭବତୀଙଙ୍କୁ ଦିଆଯିବ କରୋନା ଟିକା । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ । ସକାଳ ୧୧ଟାରୁ ଦିନ ଗୋଟାଏ ଯାଏ ଗର୍ଭବତୀଙ୍କୁ ଟିକାକରଣ କରାଯିବ ।

ଏଥିପାଇଁ ସ୍ଲଟ୍ ବୁକିଂର ଆବଶ୍ୟକତା ନାହିଁ । ସିଧାସଳଖ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବେ । ସାଙ୍ଗରେ ଆବଶ୍ୟକ ପରିଚୟପତ୍ର ନେଇ ଆସିବେ । ଭୁବନେଶ୍ୱରରେ ସପ୍ତାହରେ ଦୁଇ ଦିନ ଗର୍ଭତୀଙ୍କୁ ଟିକାକରଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରତି ବୁଧବାର ଓ ଶନିବାର ସେମାନେ ସରକାରୀ ଟିକାଦାନ କେନ୍ଦ୍ରରୁ ଟିକା ନେଇପାରିବେ ।

ସେମାନଙ୍କୁ ଟିକାକରଣ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସେମାନେ ଯେଭଳି ବେଶୀ ସମୟ ଅପେକ୍ଷା ନକରିବେ ଓ ଶୀଘ୍ର ଟିକା ନେଇ ଘରକୁ ଫେରିବେ ସେନେଇ ବ୍ୟବସ୍ଥା ହୋଇଛି । ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯାଇଛି ।

ଜୁଲାଇ ୧୭ ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କୁ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ଦିନରେ ରାଜ୍ୟରେ ୧୨ଶହ ୮୪ ଜଣ ନେଇଥିଲେ ଟିକା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସାଢ଼େ ୪ଲକ୍ଷ ଗର୍ଭବତୀଙ୍କୁ ଟିକାକରଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.