କେନ୍ଦ୍ରାପଡା: କତାରରୁ ଓଡ଼ିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । କେନ୍ଦ୍ରାପଡା ଜିଲ୍ଲା ପାଟ୍ଟକୁରା ଥାନା ସଙ୍କର୍ଶଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏସମ୍ପର୍କରେ ଗତ 16 ତାରିଖରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ପ୍ରଭାତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ସହ ମରଶରୀରକୁ ତାଙ୍କ ଗାଁକୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ହସ୍ତକ୍ଷେପ ଲୋଡିଥିଲେ। ।
ଏହାପରେ ପ୍ରଭାତଙ୍କ ମର ଶରୀର ସେଠାରୁ ଘରକୁ ଆଣିବାକୁ ବ୍ୟବସ୍ଥା କରିବା ପାଇଁ ଦୋହାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ବୈଜୟନ୍ତ ପଣ୍ଡା ।
Comments are closed.