Latest Odisha News

BREAKING NEWS

Bajaj Chetak C25: WPL ବିଜେତା RCB ଖେଳାଳିଙ୍କୁ ମିଳିଲା ଏହି ଇଲେକ୍ଟ୍ରିକ୍ ସ୍କୁଟର ଉପହାର; ଜାଣନ୍ତୁ ଫିଚର, ଦାମ୍…

ନୂଆଦିଲ୍ଲୀ:  WPL 2026 ଟାଇଟଲ ଜିତିବା ପରେ Bajaj Auto ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମହିଳା ଦଳକୁ ଏକ ଉପହାର ଦେଇଛି । କମ୍ପାନୀ RCBର ପ୍ରତ୍ୟେକ ପ୍ଲେୟାରଙ୍କୁ ନୂତନ ଭାବରେ ଲଞ୍ଚ ହୋଇଥିବା Chetak C25 ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଇଛି। ଏହି ଉପହାର “A Champion’s Welcome” ନାମରେ ପ୍ରଦାନ କରାଯାଇଥିଲା ।

ଏହି ସିଜିନରେ ବାଜାଜ ଚେତକ(Bajaj Chetak)RCB ମହିଳା ଦଳର ଅଫିସିଆଲ୍ ରାଇଡ୍ ପାର୍ଟନର ଥିଲା। #ChetakXRCB ଅଭିଯାନ ଅଧୀନରେ, କମ୍ପାନୀ ଦଳକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିଲା, ଯେଉଁଥିରେ ମ୍ୟାଚ୍ ପୂର୍ବରୁ ପ୍ରୋମୋ, ଫାଇନାଲ୍ ପୂର୍ବରୁ ଅଭିନନ୍ଦନ ଏବଂ ଏବେ ଟାଇଟଲ୍ ଜିତିବା ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାର ଅନ୍ତର୍ଭୁକ୍ତ।

ଆସନ୍ତୁ ଏବେ ଚେତକ C25 ବିଷୟରେ ଅଧିକ ଜାଣିବା…

ଚେତକ C25 ହେଉଛି ବାଜାଜର ନୂତନତମ ଇଲେକ୍ଟ୍ରିକ୍ ସ୍କୁଟର । ଏହା ଜାନୁଆରୀ ୨୦୨୬ରେ ଲଞ୍ଚ ହୋଇଥିଲା। ଏହା ସ୍ମୁଥ୍ ରାଇଡିଂ ଓ ପରିବେଶ ଅନୁକୂଳ ଫିଚର ପ୍ରଦାନ କରେ। ଏଥିରେ ଆଧୁନିକ ଡିଜାଇନ୍, ଉନ୍ନତ ରେଞ୍ଜ, ଦ୍ରୁତ ଚାର୍ଜିଂ ଏବଂ ସହର ଟ୍ରାଫିକ୍ ପାଇଁ ଉତ୍ତମ ପରିଚାଳନା ଫିଚର ରହିଛି। ମୂଲ୍ୟ ₹୯୧,୩୯୯ (ଏକ୍ସ-ଶୋରୁମ୍) ରୁ ଆରମ୍ଭ ହେଉଛି । ପ୍ରଥମ ୧୦,୦୦୦ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ରିହାତି ରହିଛି, ଯେଉଁଥିରେ ୪,୨୯୯ ଟଙ୍କାର ରିହାତି ଦିଆଯାଉଛି । ଏହି ସ୍କୁଟରଟି ଯୁବ ଆରୋହୀ ଏବଂ ସହରାଞ୍ଚଳ ଯାତ୍ରୀମାନଙ୍କୁ ଟାର୍ଗେଟ କରୁଛି । ଯେଉଁମାନେ ଷ୍ଟାଇଲ୍, ନିର୍ଭରଯୋଗ୍ୟତା ଏବଂ ଏକ ଇଲେକ୍ଟ୍ରିକ୍ ଫ୍ୟୁଚର ଚାହାଁନ୍ତି।

ଏହା ଚେତକ 30 ଏବଂ ଚେତକ 35 ସିରିଜ ତଳେ ରହିଛି, କିନ୍ତୁ ଏଥିରେ ମଧ୍ୟ ଏକ ଦୃଢ଼ ଧାତୁ ବଡି ଏବଂ ଭଲ ନିର୍ମାଣ ଗୁଣବତ୍ତା ମଧ୍ୟ ଅଛି। ଏଥିରେ IP67 ରେଟିଙ୍ଗ ବ୍ୟାଟେରୀ ଏବଂ ଫ୍ରଣ୍ଟ ଡିସ୍କ ଏବଂ ରିୟର ଡ୍ରମ୍ ବ୍ରେକ୍, 170mm ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ଏକ କମ୍ପାକ୍ଟ ଟର୍ଣ୍ଣିଂ ରେଡିଆସ୍ ଭଳି ଉପଯୋଗୀ ବୈଶିଷ୍ଟ୍ୟଗୁଡ଼ିକର ଅନ୍ତର୍ଭୁକ୍ତ।

Chetak C25 ରେ 2.5 kWh ବ୍ୟାଟେରୀ ଅଛି ଯାହା ପୂର୍ଣ୍ଣ ଚାର୍ଜ ହେଲେ 113 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦିଏ । ଏଥିରେ ଏକ ହବ୍-ମାଉଣ୍ଟେଡ୍ ମୋଟର ଲାଗିଛି, ଯାହା ଏହାକୁ ୫୫ କିଲୋମିଟର ପ୍ରତି ଘଣ୍ଟାର ସର୍ବାଧିକ ଗତି ପ୍ରଦାନ କରେ। ଚାର୍ଜିଂ ବିଷୟରେ କହିବାକୁ ଗଲେ, ଅନ-ବୋର୍ଡ 750W ଚାର୍ଜର ସାହାଯ୍ୟରେ ଏହାକୁ ୦ ରୁ ୮୦ ପ୍ରତିଶତ ଚାର୍ଜ କରିବାକୁ ପ୍ରାୟ ଅଢ଼େଇ ଘଣ୍ଟା ସମୟ ଲାଗେ।

ସ୍କୁଟରଟି ହିଲ୍-ହୋଲ୍ଡ ଆସିଷ୍ଟ, ରିଭର୍ସ ମୋଡ୍, ଇକୋ ଏବଂ ସ୍ପୋର୍ଟ ରାଇଡ୍ ବିକଳ୍ପ, ଗାଇଡ୍-ମି-ହୋମ୍ ଲାଇଟିଂ ରହିଛି ।

୫ ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ଫାଇନାଲରେ ଆରସିବି ମହିଳା ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଥିଲା। WPL 2024 ପରେ ଏହା RCBର ଦ୍ୱିତୀୟ ଟାଇଟଲ୍ ହାସଲ। ଏହି ବିଜୟ ପରେ ବଜାଜର ଏହି ପଦକ୍ଷେପ ମହିଳା କ୍ରିକେଟ୍ ଏବଂ ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରୁଛି।

Leave A Reply

Your email address will not be published.