ବଲାଙ୍ଗୀର:ନୂଆ ଫଣ୍ଡାରେ ଗଞ୍ଜେଇ ଚାଲାଣ । ଆଚାର ଡବାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସହରର ଉଦୟନଗର ପଡ଼ାରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ଏହି କାରବାର ଚାଲିଥିବା ନେଇ ବଲାଙ୍ଗୀର ଟାଉନ ପୋଲିସ ଖବର ପାଇଥିଲା। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।
ସୂଚନାନୁସାରେ, ଉଦୟନଗର ପଡ଼ାରେ ଏକ ଘର ଭଡ଼ା ନେଇ ଗଞ୍ଜେଇ ପ୍ୟାକିଂ ଓ ଚାଲାଣ କାରବାର ଚାଲିଥିବା ଅଭିଯୋଗ ହୋଇଥିଲା। ଖବର ପାଇବା ପରେ ପୋଲିସ ଉକ୍ତ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଆଚାର ଡବାରେ ପ୍ୟାକ୍ କରାଯାଇଥିବା ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।
ଏପଟେ ଏହି ଗଞ୍ଜେଇ ଚାଲାଣ କାରବାର ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

