Latest Odisha News

BREAKING NEWS

ଜିଲ୍ଲା ହସିପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଷଡଙ୍ଗୀ; ଏମ୍ସକୁ ସ୍ଥାନାନ୍ତର

ବାଲେଶ୍ୱର : ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଆଇସିୟୁରୁ ବାହାରିଛନ୍ତି । ତାଙ୍କୁ ଏଫ୍ ଏମ୍ ହସପିଟାଲରୁ ତାଙ୍କୁ ଭୁବନେଶ୍ୱର ଏମସକୁ ରେଫର କରାଯାଇଛି । ନିମୋନିଆରୁ ଅସୁସ୍ଥ ହୋଇ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସପ୍ତାହେ ଧରି ତାଙ୍କୁ ଜ୍ୱର ଲାଗି ରହିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଓ ସଦର ବିଧାୟକ ସ୍ୱରପ ଦାଶ ଏଫ୍ ଏମ୍ ମେଡିକାଲ ଯାଇଥିଲେ ।

Leave A Reply

Your email address will not be published.