Latest Odisha News

BREAKING NEWS

ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ: ନୂଆ ନାଁ ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ। ଗୁଜୁରାଟର ଅହମଦାବାଦରୁ ଦିଲ୍ଲୀ ଯାତାୟତ କରୁଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ ପରିବର୍ତ୍ତନ କରାଯାଇ ‘ଅକ୍ଷରଧାମ ଏକ୍ସପ୍ରେସ’ ରଖାଯାଇଛି। ସୋମବାର ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରମୁଖ ସ୍ୱାମୀ ମହାରାଜଙ୍କର ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଟ୍ରେନ୍‌ର ନାଁ ପରିବର୍ତ୍ତନ କରାଯାଇଛି।

ପ୍ରମୁଖ ସ୍ୱାମୀ ମହାରାଜ ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣନ ସଂସ୍ଥା (BAPS)ର ମୁଖ୍ୟ ଥିଲେ। ଗତକାଲି ଅହମଦାବାଦରେ ଥିବା ଆଶ୍ରମରେ ତାଙ୍କର ଜନ୍ମବାର୍ଷିକୀ ପାଳନ କରାଯାଇଥିଲା। ଏଥିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇଥିଲେ। ୬ ଏକର ପରିମିତ ଏହି ଆଶ୍ରମରେ ମହାରାଜାଙ୍କର ଜନ୍ମବାର୍ଷିକୀ ଏକମାସ ପାଳନ କରାଯାଇଥାଏ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଯୋଗ ଦେଇଥାନ୍ତି।

ଗତକାଲି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଯୋଗ ଦେଇ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି “ଏହି ଟ୍ରେନ୍‌ଟି ଉଭୟ ଦିଲ୍ଲୀ ଓ ଅହମଦାବାଦରେ ଥିବା ଅକ୍ଷରଧାମ ମନ୍ଦିରକୁ ଛୁଉଁଛି। ତେଣୁ ଏତେବଡ଼ ସେବା ଯୋଗାଉ ଥିବା ସ୍ୱାମୀ ନାରାୟଣନ କମ୍ୟୁନିଟି ପାଇଁ ଏହା ଏକ ଛୋଟ ଉପହାର।”

 

Leave A Reply

Your email address will not be published.