Latest Odisha News

BREAKING NEWS

ନଭେମ୍ୱର ୨୯ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ନୂଆଦିଲ୍ଲୀ: ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ । ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଆଜି ଏସମ୍ପର୍କିତ ବୈଠକରେ ବିସ୍ତୃତ ଭାବରେ ବିଚାବିମର୍ଶ ହୋଇଥିଲା ।

ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ନଭେମ୍ୱର ୨୯ ପୂର୍ବରୁ ହେବା ନେଇ ସ୍ପଷ୍ଟ ହୋଇଛି । ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ଏହି ଦୁଇଟି ଆସନ ଖାଲି ପଡିଛି ।

ତାରିଖ ଘୋଷଣା ସହ ରାଜନୈତିକ ପାଣିପାଗ ଖୁବଶୀଘ୍ର ଉଷ୍ଣ ହେବ । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ହେବେ ସେନେଇ କସରତ ଆରମ୍ଭ ହେବ ।

Leave A Reply

Your email address will not be published.