Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ

ଭୁବନେଶ୍ୱର : ଦୀପାବଳିରେ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ପୁଣି ହ୍ରାସ ପାଇଲା ତୈଳଦର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଭ୍ୟାଟ୍ ହ୍ରାସ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ନୂଆ ଦର ନଭେମ୍ବର ୫ ତାରିଖ ମଧ୍ୟ ରାତ୍ରରୁ ଲାଗୁ ହେବ। ଗତି କିଛି ଦିନ ହେଲା ଦେଶରେ ଅହେତୁକ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହୋଇଥିଲା । ବୁଧବାର କେନ୍ଦ୍ର ସରକାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ପରେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିଛନ୍ତି ଓଡ଼ିଶା ସରକାର।

ଏହାଦ୍ୱାରା ରାଜ୍ୟବାସୀ ୩ ଟଙ୍କା ରିହାତି ପାଇବେ। ତେବେ ୩ ଟଙ୍କା ରିହାତି ହେଲେ ରାଜସ୍ୱର ୧୪ ଶହ କୋଟି ଟଙ୍କା ଭାର ପଡ଼ିବ।ଏହି କ୍ଷତି ରାଜ୍ୟ ସରକାର ବହନ କରିବେ। ଅନ୍ୟପଟେ କେନ୍ଦ୍ରସରକାରଙ୍କ ଏକ୍ସଆଇଜି ଡ୍ୟୁଟି ହ୍ରାସ ଯୋଗୁଁ ରାଜ୍ୟ ସରକାର ଅତିରିକ୍ତ ୭୦୦ ଶହ କୋଟି ଟଙ୍କା ହରାଇବୋ ତେଣୁ ଭାଟ୍ ହ୍ରାସ ଯୋଗୁଁ ରାଜ୍ୟ ସରକାରଙ୍କୁ ସମୁଦାୟ ଦୁଇ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ। ଏହା ସହିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.