Latest Odisha News

BREAKING NEWS

ପୁଣି ଆଇଇଡି ବିସ୍ଫୋରଣ: ୧୧ ଶ୍ରମିକ ମୃତ, ୭ ଗୁରୁତର

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଏକ ବଡ଼ ବିସ୍ଫୋରଣ ଘଟିଛି। ଆତଙ୍କବାଦୀମାନେ ଆଇଇଡି ଲଗାଇ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ରହ। ଏହି ଆକ୍ରମଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଟ୍ରକଟି ଖଣ୍ଡ ବିଖଣ୍ଡିତ ହୋଇଗଲା। ଏହି ଘଟଣା ପରେ ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି।

ବଲୁଚିସ୍ତାନ ଦୀର୍ଘଦିନରୁ ଅଶାନ୍ତ ରହିଛି । ୧୦୦ ଦିନ ଭିତରେ ପାକିସ୍ତାନରେ ଦ୍ବିତୀୟ ବୋମା ବିସ୍ଫୋରଣ । ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ଆକ୍ସନ ମୋଡକୁ ଆସିଛି। ହର୍ଣ୍ଣାଇର ଡେପୁଟି କମିଶନର ହଜରତ ୱାଲି କକରଙ୍କ ଅନୁଯାୟୀ, ହର୍ଣ୍ଣାଇର ଶାହରାଗ ଜିଲ୍ଲାର କୋଇଲା ଖଣି ଅଞ୍ଚଳ ‘ପିଏମଡିସି 94’ରେ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଯୋଗୁଁ ବିସ୍ଫୋରଣ ଘଟିଛି।

ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଶାହିଦ ରିନ୍ଦଙ୍କ ଏକ ବିବୃତ୍ତି ଅନୁଯାୟୀ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ରାସ୍ତା କଡ଼ରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ଖବର ମୁତାବକ, ପାକିସ୍ତାନର କ୍ବେଟା ସହରର ହରନାଇରେ ବସରେ ଶ୍ରମିକ କୋଇଲା ଖଣିକୁ ଯାଉଥିଲେ। ଏହି ସମୟରେ ରାସ୍ତା କଡ଼ରେ ଆଇଇଡି ବ୍ଲାଷ୍ଟ ହୋଇଥିଲା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ବେଲୁଚିସ୍ତାନର କ୍ବେଟା ଷ୍ଟେସନ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଷ୍ଟେସନରେ ଦୌଡଧାପଡ କରିଥିଲେ ଯାତ୍ରୀ ।

Comments are closed.