Latest Odisha News

BREAKING NEWS

ପ୍ରଥମ ହିନ୍ଦୁ ଭାବେ ଆମେରିକାର ଗୁଇନ୍ଦା ମୁଖ୍ୟ ହେଲେ ତୁଳସୀ ଗବାର୍ଡ

ୱାଶିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ହେଲେ ତୁଳସୀ ଗବାର୍ଡ । ଆମେରିକା କଂଗ୍ରେସର ସେ ପ୍ରଥମ ହିନ୍ଦୁ ସଦସ୍ୟା ଏବଂ କଂଗ୍ରେସକୁ ସେ ନିମ୍ନ ସଦନକୁ ୪ଥର ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକ୍ରମେ ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ ।

ତାଙ୍କ ସପକ୍ଷରେ ୫୨ ଜଣ ସିନେଟର ଭୋଟ୍ ଦେଇଥିବା ବେଳେ ୪୮ ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ ।

ହାୱାଇରୁ କଂଗ୍ରେସ ସଦସ୍ୟା ଥିବା ୪୨ବର୍ଷୀୟା ତୁଳସୀ ଜଣେ ପୂର୍ବତନ ସେନା ଅଧିକାରୀ । ସେ ଇରାକ ସହ ଯୁଦ୍ଧରେ ମେଜର ପଦରେ ରହି ସକ୍ରୀୟ ଥିଲେ ।

ତୁଳସୀ ଆମେରିକାର ସାମୋଆ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଏବଂ ହାୱାଇ ଓ ଫିଲିପାଇନ୍ସରେ ଲାଳିତପାଳିତ ହୋଇଥିଲେ । ଆମେରିକୀୟ କଂଗ୍ରେସରେ ତୁଳସୀ ପ୍ରଥମ ହିନ୍ଦୁ ଥିଲେ କିନ୍ତୁ ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଧର୍ମ କାରଣରୁ ତାଙ୍କୁ ଅନେକ ସମୟରେ ଭାରତୀୟ ବଂଶୋଦ୍ଭବ ବୋଲି ‌କୁହାଯାଏ ହେଲେ ସେ ଭାତରତର ନୁହନ୍ତି ।

Comments are closed.