ମୁମ୍ବାଇ: କଂଚା ଅଭିନୟ ପାଇଁ ଜଣାଶୁଣା ମନୋଜ ବାଜପାୟୀ । କଥା କମ୍ କାମ ବେଶୀ । କାହାଣୀ ଓ କିର୍ଦାର ଉପରେ ତାଙ୍କର ପ୍ରଥମ ନଜର । ଟଙ୍କା ପ୍ରତି ସେ ଏତେଟା ଲାଳାୟିତ ନୁହଁ । ଲକଡାଉନରେ ହାତରେ କାମ ନଥିଲା । ପାଲଟିଥିଲେ କବି । ହେଲେ ଏବେ ତାଙ୍କ ନୂଆ ଅବତାର ଅଗଣିତ ଦର୍ଶକଙ୍କୁ ତାଜୁବ କରିଛି ।
ରାପର୍ ସାଜିଛନ୍ତି ମନୋଜ ବାଜପାୟୀ । ଆଉ ତା ପୁଣି ଭୋଜପୁରୀ ଭାଷାରେ । ଫିଲ୍ମ ଥପ୍ପଡର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଦିଗଦର୍ଶନରେ ସେ ରାପର୍ ବନିପାରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମନୋଜ ରାପ୍ କରିଥିବା ଗୀତଟିର ଟିଜର୍ ରିଲିଜ କରିଛନ୍ତି । ଲିରିକ୍ସର ଟାଇଟଲ ରହିଛି “ବମ୍ବଇ ମୈଁ କା ବା” ।
ଟିଜରରେ ଟି-ସାର୍ଟ, ଡେନିମ ଓ ଜ୍ୟାକେଟ ପିନ୍ଧି ପ୍ରଥମ ଥର ପାଇଁ ଫଙ୍କି ଅବତାରରେ ନଜର ଆସିଛନ୍ତି ମନୋଜ । ମୁମ୍ବାଇର ସେଣ୍ଟ୍ରାଲ ରେଳବାଇ ଷ୍ଟେସନରେ ତାଙ୍କ ସ୍ଲିପିଂ ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଖୁବ ଶୀଘ୍ର ମନୋଜଙ୍କ ରାପ୍ ସଙ୍ଗ ଅନ୍ଲାଇନ୍ରେ ରିଲିଜ ହେବ ।
Comments are closed.