Latest Odisha News

BREAKING NEWS

ଘର ଭିତରୁ ଉଦ୍ଧାର ହେଲା ବିଧାୟକଙ୍କ ‘ପିଏସଓ’ର ମୃତ ଦେହ; ଆତ୍ମହତ୍ୟା ସନ୍ଦେହ

ବଣାଇ: ଗୁରୁବାର ସକାଳୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍‌ଓର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ପିଏସଓ ଜଣଙ୍କ ନିଜ ସର୍ଭିସ୍‌ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ପିଏସଓଙ୍କ ନାମ ଡମ୍ବରୁଧର ସାହୁ ।

ସୁଚାନୁଯାୟୀ,ମୃତ ଡମ୍ବରୁଙ୍କ ଘର ଲହୁଣିପଡା ଥାନା ଅନ୍ତର୍ଗତ କୁରୁଡା ଗାଁରେ । ଗୁରୁବାର ସକାଳୁ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନଥିଲା ବେଳେ ବଣାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କେଉଁ ଭଳି ପରିସ୍ଥିତି ଓ କିପରି ସେ ଆତ୍ମହତ୍ୟା କଲେ ସେନେଇ ମଧ୍ୟ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.