ପୁଣେ : କେକ୍ ତ ସମସ୍ତଙ୍କର ପସନ୍ଦ । ସାଧାରଣତଃ ଆପଣମାନେ ଚକୋଲେଟ କେକ୍,ଷ୍ଟ୍ରବେରୀ କେକ୍ଠାରୁ ଆରମ୍ଭ କରି ବିଭିନ୍ନ କେକ୍ ଦେଖିଥିବେ କେବେ କଣ ଆପଣ ଦେଖିଛନ୍ତି ବନାରସୀ କେକ୍ । ନାଁ ଟା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ବନାରସୀ କେକ୍ ତିଆରି କରି ଚର୍ଚ୍ଚାରେ ଅଛନ୍ତି ଏହି ମହିଳା ।
ମହାରାଷ୍ଟ୍ର ପୁଣେରେ ଏହି ବନାରସୀ କେକ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ କେକଟି ଦେଖିବାକୁ ବନାରସୀ ଶାଢ଼ୀର ଡିଜାଇନ୍ ଯେପରି କେକ୍ ମଧ୍ୟ ସେହିପରି ସମାନ ଡିଜାଇନ୍ର ପ୍ରସ୍ତୁତି ହୋଇଛି । ଏହି ସୁନ୍ଦର ବନାରସୀ କେକ୍କୁ ପ୍ରସ୍ତୁତ କରିଥିବା କେକ୍ ଆର୍ଟିଷ୍ଟ ହେଉଛନ୍ତି ପ୍ରାଚୀ ଦେବ ।
View this post on Instagram
ସୂଚନା ଅନୁଯାୟୀ, ଇଟାଲୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ କେକ୍ ପ୍ରୋଜେକ୍ଟ (International Cake Project In Itally) ଲାଗି ଏହି ବନାରସୀ କେକ୍ଟି ପ୍ରସ୍ତୁତ ହୋଇଛି । ଇଟାଲୀର ଏହି କାର୍ଯ୍ୟକ୍ରମରେ ବିଶ୍ୱର ଅନ୍ୟତମ ଖ୍ୟାତନାମା କେକ୍ ପ୍ରସ୍ତୁତକାରୀଙ୍କୁ ନିମନ୍ତ୍ରଣ କରାଯାଇଛି ଯେଉଁଥିରେ ପ୍ରାଚୀ ଦେବଙ୍କ ନାଁ ରହିଛି । ପୁଣେରୁ ପ୍ରାଚୀଙ୍କୁ ନିମନ୍ତ୍ରଣ କରାଯାଇଛି ସେ ମଧ୍ୟ ସାମିଲ ଅଛନ୍ତି । ଏହି କେକ୍ଟି ବନାରସୀ ସାଢ଼ୀ ଡିଜାଇନ ସହ ଭାରତର ପାରମ୍ପରିକ ଆଭୂଷଣର ମଧ୍ୟ ଝଲକ ଦେଖିବାକୁ ମିଳିଛି ।
Comments are closed.