Latest Odisha News

BREAKING NEWS

ବିକିନି ପିନ୍ଧି ସୋଶିଆଲ ମିଡିଆରେ ଚାକିରି ମାଗିଲେ ମହିଳା

ଲଣ୍ଡନ: ଆଜିକାଲି ସୋଶିଆଲ ମିଡିଆରେ ଅନେକ ଗ୍ରୁପ ରହିଛି ଯେଉଁଥିରେ ଚାକିରୀ ସମ୍ପର୍କିତ ସୂଚନା ମିଳିଥାଏ । ଲିଙ୍କଡିନ ପରି ପ୍ଲାଟଫର୍ମରୁ ଆସି ଏବେ ଲୋକେ ଫେସବୁକ, ଇନଷ୍ଟାଗ୍ରାମରେ ମଧ୍ୟ ଜବ ପାଇଁ ସ୍ୱତନ୍ତ୍ର ପେଜ ତିଆରି କରୁଛନ୍ତି । ଆପଣ ଯଦି ଚାକିରି ଖୋଜୁଛନ୍ତି ଏବଂ ସୋସିଆଲ ମିଡିଆରେ ଏଥିପାଇଁ ପୋଷ୍ଟ କରୁଛନ୍ତି ତେବେ ଆପଣ ପ୍ରଫେସନାଲ ଦିଶିବା ଦରକାର । ଏହାଦ୍ୱାରା ପୋଷ୍ଟର ଗାମ୍ଭୀର୍ଯ୍ୟ ବୃଦ୍ଧି ହେବ । ହେଲେ ବିକିନ ପିନ୍ଧି କେହି  ଚାକିରୀ ଖୋଜିବାକୁ ଆସିବ ? ଏମିତି କଥା   ଆପଣ ସହଜରେ  ଗ୍ରହଣ କରିପାରିବେ କି ? ହେଲେ ସୋସିଆଲ ମିଡିଆରେ ଏ ସବୁ ସମ୍ଭବ । ଏମିତି ଜଣେ ମହିଳା ବିକିନ ପିନ୍ଧି ନିଜର ଫଟୋ ପୋଷ୍ଟ କରି ସୋଶିଆଲ ମିଡିଆ ଗ୍ରୁପରେ ଚାକିରି ମାଗିଛନ୍ତି ।

ଡେଲି ଷ୍ଟାର ନ୍ୟୁଜ ୱେବସାଇଟ ଅନୁଯାୟୀ, ଲଣ୍ଡନରେ ରହୁଥିବା ଜଣେ ୨୪ ବର୍ଷୀୟ ଯୁବତୀ ଟେଡି ସ୍ୱାନ ଜଣେ ବ୍ୟାକପେକର ଅଟନ୍ତି । ଏକ ବଡ ବ୍ୟାଗରେ ନିଜର ସବୁ ଆବଶ୍ୟକୀୟ ଜିନିଷ ଗୋଟିଏ ବ୍ୟାଗରେ ରଖି ବ୍ୟାଗକୁ ପିଠିରେ ବାନ୍ଧି କମ ଟଙ୍କାରେ ଯାତ୍ରା କରିବା ହେଉଛି ବ୍ୟାକପେକର।  ରହିବା ପାଇଁ ଏମାନେ ଶସ୍ତା  ଲଜ ଖୋଜିଥାନ୍ତି । ଟେଡି ଏମିତି ଭ୍ରମଣରେ ବୁଲୁଥାନ୍ତି । ଟେଡି ଅଷ୍ଟ୍ରେଲି୍ଆ ଟୁରରେ ଯାଇଛନ୍ତି । ସେଠାରେ ସେ ନିଜ ଖର୍ଚ୍ଚ ଉଠାଇବା ପାଇଁ ଏକ ବାରରେ କାମ କରୁଛନ୍ତି ।

ସେ ତାଙ୍କର ୬ ସପ୍ତାହ ଟୁରରେ ଏକ ବାରରେ କାମ କରୁଥିଲେ । ଏବେ ସେ ଆଉ ଏକ ଚାକିରି ସନ୍ଧାନରେ ଅଛନ୍ତି । ସେଥିପାଇଁ ସେ ଫେସବୁକରେ ଚାକିରି ମାଗିଛନ୍ତି । ସେ ନିଜର ଏକ ବିକିନ ପିନ୍ଧା ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ନୂଆ ବର୍ଷରୁ ନୂଆ ଚାକିରୀ ସନ୍ଧାନରେ ଅଛି । ମୋ ପାଖରେ କାର ଅଛି । ତେଣୁ ମୁଁ ଯେ କୌଣସି ଜାଗାରେ କାମ କରିବା ପାଇଁ ଯାଇ ପାରିବି । ଏହା ପୂର୍ବରୁ ମୁଁ ଫାର୍ମାସୀ ରିଟେଲ, ଚାଇଲ୍ଡ କେୟାର ନର୍ସ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରିଛି ।’ ଏହାକୁ ସେ ଫେସବୁକର ଏକ ଅଷ୍ଟ୍ରେଲିଆନ ଗ୍ରୁପରେ ସେୟାର କରିଛନ୍ତି ।

ତେବେ ତାଙ୍କର ଚାକିରି ଅନ୍ୱଷଣକୁ ନେଇ କେହି ପ୍ରଶ୍ନ ଉଠାଇନାହାନ୍ତି । ପ୍ରଶ୍ନ ଉଠିଛି ତାଙ୍କ ପୋଷାକକୁ ନେଇ । ଏହି ବିକିନ ପିନ୍ଧା ଫଟୋକୁ ନେଇ ଟେଡି ଏବେ ବେଶ ଚର୍ଚ୍ଚାରେ । ଟେଡି ବିକିନ ପିନ୍ଧି କୁକୁରଙ୍କ ସହ ଫଟୋ  ଉଠାଇ ତାହାକୁ ସୋସିଆଲ ମିଡିଆର ଏହି ଗ୍ରୁପରେ ସେୟାର କରିଛନ୍ତି ।

ଏହାକୁ ନେଇ ସେ ବେଶ ଟ୍ରୋଲ ମଧ୍ୟ ହୋଇଛନ୍ତି । ଲୋକେ ତାଙ୍କ ଫଟୋ ତଳେ ଲେଖିଛନ୍ତି ଚାକିରୀ ପାଇଁ ଏପରି ଫଟୋ ଦେବା ଠିକ ନୁହେଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି , ଯଦି ପ୍ରକୃତରେ ଚାକିରି ଖୋଜୁଥାନ୍ତେ ତେବେ ବିକିନ ପିନ୍ଧି ଫଟୋ ଛାଡ଼ି ନ ଥାନ୍ତେ । ଅବଶ୍ୟ କିଛି ୟୁଜର୍ସ ତାଙ୍କୁ ସାଥ ଦେଇ ଅଷ୍ଟ୍ରଲିଆରେ ଏପରି ଚାଲେ ବୋଲି କହିଛନ୍ତି ।

Leave A Reply

Your email address will not be published.