Latest Odisha News

BREAKING NEWS

ଏବେ ବନ୍ଦେ ଭାରତ; ଆସନ୍ତା ଜାନୁଆରୀରେ ବନ୍ଦେ ମେଟ୍ରା; ପ୍ରତିଶ୍ରୁତି ଦେଲେ କେନ୍ଦ୍ର ମନ୍ତ୍ରୀ

ପୁରୀ:  ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ପରେ ବନ୍ଦେ ସ୍ଲିପର ଏବଂ ବନ୍ଦେ ମେଟ୍ରୋ ମଧ୍ୟ ଓଡ଼ିଶାରେ ଗଡିବ । ଆଗାମୀ ଜାନୁଆରୀ ସୁଦ୍ଧା ବନ୍ଦେ ମେଟ୍ରୋ ଗଡିବ ବୋଲି ଆଜି ପୁରୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ କହିଛନ୍ତି ।

ଦ୍ୱିତୀୟ ବନ୍ଦେ ଭାରତ ଚାଲିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେବା ସହ କହିଥିଲେ, ୨ୟ ବନ୍ଦେ ଭାରତ ଚାଲିବ ଏବଂ ଏହା ପୁରୀ, ଭୁବନେଶ୍ୱର, କଟକ ସହ ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ତାଳଚେରକୁ ଯୋଗାଯୋଗ କରିବ । ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ ଖୁବଶୀଘ୍ର ଆଲୋଚନା କରିବେ ବୋଲି କହିଛନ୍ତି ।

ଏଥିସହିତ ବନ୍ଦେ ଭାରତ ପରେ ବନ୍ଦେ ସ୍ଲିପର ଓ ତା’ ପରେ ପରେ ବନ୍ଦେ ମେଟ୍ରୋ ଭାରତର ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ କଟକ ଦେଇ ଗଡିବ ବୋଲି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସୂଚନାଥାଉ କି, ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତିରେ ଆଜି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଲୋକର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ମୋଦି ଉଦଘାଟନ କରିବା ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଳମ୍ବିତ ରାତିରେ ପୁରୀ ଷ୍ଟେସନରେ ପହଞ୍ଚି ନିରୀକ୍ଷଣ କରିଥିଲେ ।

 

Leave A Reply

Your email address will not be published.