Latest Odisha News

BREAKING NEWS

ସୁଯୋଗ ମିଳିଲା, ତଥାପି ମ୍ୟାଚ ଜିତି ପାରିଲାନି ଜିମ୍ବାୱେ

ଗାବା: ସୁପର ୧୨ର ଏକ ରୋମାଂଚକ ମୁକାବିଲାରେ ଜିମ୍ବାୱେ ୩ ରନରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ମ୍ୟାଚର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା । ଅନ୍ତିମ ବଲରେ ଜିମ୍ବାୱେକୁ ବିଜୟ ହେବ ପାଇଁ ୫ରନ ଆବଶ୍ୟକ ହେଉଥିଲା । ମାତ୍ର ବ୍ୟାଟ୍ସମ୍ୟାନ ଦ୍ୱୟ ୧ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ ଖେଳାଳି ଖୁସି ମନାଉଥିବା ବେଳେ ଏହା ନୋ ବଲ ଥିଲା ବୋଲି ଜଣା ପଡିଥିଲା । ଜିମ୍ବାୱେକୁ ଆଉ ଏକ ଶେଷ ସୁଯୋଗ ମିଳିଥିଲେ ମଧ୍ୟ ସେମାନେ ବିଜୟ ହାସଲରେ ବିଫଳ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୭ ୱିକେଟ ହରାଇ ୧୫୦ ରନ କରିଥିଲା । ନଜମୁଲ ହୁସେନ ସାଂଟୋ ଦଳ ପକ୍ଷରୁ ସର୍ବାଧିକ ୭୧ ରନ କରିଥିଲେ । ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ୨୦ ଓଭରରେ ୮ ୱିକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା ।

ସିନ ୱିଲିୟମ୍ସ ୬୪ ରନ କରିଥିଲେ । ବାଂଲାଦେଶର ଟସ୍କିନ ଅହମ୍ମଦ ୩ଟି ଏବଂ ମୋଜାଡେକ ହୋସେନ ଓ ମୁସ୍ତାଫିଜୁର ରହେମାନ ୨ଟି ଲେଖାଁଲ ୱିକେଟ ନେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ଟାସ୍କିନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଜିମ୍ବାୱେକୁ ଭାଗ୍ୟ ସହାୟ ହୋଇଥିଲେ ମଧ୍ୟ ସେମାନେ ଫାଇଦା ଉଠାଇ ପାରି ନ ଥିଲେ ।

Leave A Reply

Your email address will not be published.