Latest Odisha News

BREAKING NEWS

ଭାରତକୁ ହରାଇ ବାଂଲାଦେଶ ଚାମ୍ପିୟନ : ବର୍ଷା କାଳ ହେଲା

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧ ଓଭରରେ ୭ ଉଇକେଟ ହରାଇ ୧୬୩ ରନ କରିଥିବା ବେଳେ ବର୍ଷା ହୋଇଥିଲା ।

ବର୍ଷା ଛାଡିବା ପରେ ବାଂଲାଦେଶ ସମ୍ମୁଖରେ ୪୬ ଓଭରରେ ୧୭୦ ରନ ଟାର୍ଗେଟ ଦିଆ ଯାଇଥିଲା । ଯାହାକୁ ଦଳ ୪୨.୧ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା ।

ପରଭେଜ ହୋସେନ ୪୭ ଓ ଆକବର ଅଲୀ ୪୩ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ରବି ବିଶ୍ନୋଇ ୩ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.