Latest Odisha News

BREAKING NEWS

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର: ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରବିବାର ଦିନ ଉଦଯାପିତ ହୋଇଛି ।

ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ମଧ୍ୟ ଯୋଗଦେଇଥିଲେ ।

ମେଳାର ଆୟୋଜକ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା କହିଛନ୍ତି ଯେ ପ୍ରଥମଥର ପାଇଁ ଆଦିବାସୀ ମେଳାରେ ଆୟୋଜିତ ଜାତୀୟ ଜନଜାତି ଖାଦ୍ୟ ମେଳା ଓ କଳା ପ୍ରଦର୍ଶନକୁ ବେଶ ସଫଳତା ମିଳିଛି । ଆଗାମୀ ବର୍ଷ ଏହି ମେଳା ଯେଭଳି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ଅଧିକ ପଦକ୍ଷେପ ଗ୍ରହଣ କରାଯିବ ।

ଚଳିତବର୍ଷ ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଯୋଗ ଦେଇଥିବା ୯ଟି ରାଜ୍ୟର କଳାକାରମାନେ ବି ୩ଦିନ ଧରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଶହୀଦ ଦିବସର ରାମଧୂନ ହେଉ କିମ୍ବା ଅନ୍ୟ ଦିନ ଗୁଡିକରେ ଓଡିଶାର ଜନଜାତି କଳାକାରଙ୍କ ପ୍ରଦର୍ଶନ ହେଉ ଦର୍ଶକଙ୍କ ଭିଡ ମଧ୍ୟ ନିକଟରେ ପରିଲକ୍ଷିତ ହେଉଥିଲା ।

ଆଗାମୀ ଦିନରେ ରାଜ୍ୟର ଜନଜାତି କଳାକାରମାନେ ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତିି ଡକ୍ଟର ଓତା।

Leave A Reply

Your email address will not be published.