Latest Odisha News

BREAKING NEWS

କେନ୍ଦ୍ରାପଡ଼ାର ବାଂଲାଦେଶୀ ହିନ୍ଦୁ ପାଇବେ ଭାରତୀୟ ନାଗରିକତା: କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ ରବିବାର ଦିନ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିବା ବାଂଲାଦେଶୀ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏହି ବାଂଲାଦେଶୀ ହିନ୍ଦୁମାନଙ୍କୁ ପୂର୍ବରୁ ନୋଟିସ ପ୍ରଦାନ କରାଯାଇଥିଲା ମାତ୍ର ନାଗରିକତା ସଂଶୋଧନ ଆଇନ (ସିଏଏ) ମାଧ୍ୟମରେ ଏହି ହିନ୍ଦୁମାନେ ଭାରତୀୟ ନାଗରିକତା ପାଇପାରିବେ ।

ମହାକାଳପଡ଼ା ତହସିଲରେ ଥିବା ୧,୫୫୧ ବ୍ୟକ୍ତିଙ୍କୁ ୨୦୦୫ରେ ଭାରତ ଛାଡ଼ିବା ଲାଗି ନୋଟିସ ପ୍ରଦାନ କରାଯାଇଥିଲା । ତେବେ ଏହାର ବିରୋଧ ଯୋଗୁଁ ଏହି କାର୍ଯ୍ୟକ୍ରମ ସେତେବେଳେ ସ୍ଥଗିତ ରଖାଯାଇଥିଲା । ତେବେ ସରକାରୀ ରେକର୍ଡ଼ ଅନୁଯାୟୀ ଓଡ଼ିଶାରେ ୩,୯୮୭ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ମହାକାଳପଡ଼ା ଜିଲ୍ଲାର ରାମଚଣ୍ଡିଠାରେ ଏକ ‘ଜନସମ୍ପର୍କ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ବେଳେ ଏକ ସମାବେଶରେ ସେ ସିଏଏର ସକାରାତ୍ମକ କାର୍ଯ୍ୟଧାରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ଏହି ସାମ୍ବିଧାନିକ ଆଇନକୁ ଜାଣିଶୁଣି ଯେଉଁମାନେ ବିରୋଧ କରି ହିଂସାତ୍ମକ ଆଚରଣ କରୁଛନ୍ତି ସେମାନେ ତାଙ୍କର ନୀଚ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି ।

ଏହିପରି ହିଂସାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ କୌଣସି ନାଗରିକଙ୍କ ନାଗରିକତା କେହି କେବେବି ଛିନ୍ନ କରିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦରେ ଏହା ଆଇନରେ ପରିଣତ ହୋଇସାରିଛି ଏବଂ କୌଣସି ରାଜ୍ୟ ସରକାର ଏହାର କାର୍ଯ୍ୟକାରିତାକୁ ଅଟକାଇ ପାରିବେ ନାହିଁ ।

Leave A Reply

Your email address will not be published.