Latest Odisha News

BREAKING NEWS

ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ଷ୍ଟାର୍ ନେଲେ ୧୦୦ କୋଟି !

ମୁମ୍ବାଇ: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ! ବିଶ୍ୱାସ ନ ହେଲେ ବି ଏହା ସତ । ସନ ପିକ୍ଚର୍ସ ଆଗାମୀ ଫିଲ୍ମ ଥଲପଥୀ ୬୫ ପାଇଁ ତାମିଲ ସୁପରଷ୍ଟାର ବିଜୟଙ୍କୁ୧୦୦ କୋଟି ଟଙ୍କାରେ ସାଇନ କରିଛି ।

ଏଥିସହ ବିଜୟ ଭାରତରେ ଗୋଟିଏ ଫିଲ୍ମ ପାଇଁ ସର୍ବାଧିକ ଟଙ୍କା ନେବାର ଶ୍ରେୟ ଆପଣାଇଛନ୍ତି । ସେ ମେଗାଷ୍ଟାର ରଜନୀକାନ୍ତଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରଜନୀକାନ୍ତ ଦରବାର ଫିଲ୍ମ ପାଇଁ ୯୦ କୋଟି ଟଙ୍କା ନେଇଥିଲେ ।

ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ସନ ପିକ୍ଚର୍ସ ବିଜୟଙ୍କୁ ୫୦ କୋଟି ଟଙ୍କା ଅଗ୍ରୀମ ବାବଦକୁ ଦେଇଛି । ଏହି ଫିଲ୍ମରେ ୨ ଜଣ ନିଦେ୍ର୍ଧଶକ କାମ କରିବେ ।

ଉପରୋକ୍ତ ଫିଲ୍ମ ବିଜୟ ବର୍ତମାନ ଲୋକେଶ କନଗରାଜଙ୍କ ମାଷ୍ଟର ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ଜଣେ ପ୍ରଫେଶର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହା ଦୀପାବଳୀ ଅବସରରେ ରିଲିଜ ହେବ ।

Leave A Reply

Your email address will not be published.