Latest Odisha News

BREAKING NEWS

ବାଂଲାଦେଶ ମସଜିଦ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି

ଢାକା: ସେପ୍ଟେମ୍ବର ୪ ତାରିଖ ରାତିରେ ରାଜଧାନୀ ଢାକା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କେନ୍ଦ୍ରୀୟ ନାରାୟଣଗଞ୍ଜ ଜିଲ୍ଲାର ଏକ ମସଜିଦରେ ପ୍ରାର୍ଥନା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି ।

ମସଜିଦର ତଳ ମହଲାରେ ଥିବା ସମସ୍ତ ଏୟାର କଣ୍ଡିସନରର ଏକକାଳୀନ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ଶୁକ୍ରବାର ରାତିରେ ମୋଟ ୩୭ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା। ଅଧିକାଂଶ ପୀଡିତ ବ୍ୟକ୍ତିଙ୍କ ଶରୀରର ୬୦ ପ୍ରତିଶତରୁ ୭୦ ପ୍ରତିଶତ ଜଳିଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମସଜିଦ ତଳେ ଥିବା ଏକ ଗ୍ୟାସ ପାଇପଲାଇନରେ ଲିକ ହେତୁ ଏହି ଘଟଣା ଘଟିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ବାଂଲାଦେଶ ଅଗ୍ନିଶମ ସେବା ଏବଂ ନାଗରିକ ପ୍ରତିରକ୍ଷା ଦ୍ୱାରା ଗଠିତ କମିଟି ଏହାର ଯାଞ୍ଚ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.